ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହାତ ଛାଡ଼ିଲେ ଦେଶର ସବୁଠୁ ଧନୀ ମହିଳା, ବିଜେପିରେ ହୋଇ ପାରନ୍ତି ସାମିଲ୍

ନୂଆଦିଲ୍ଲୀ, ୨୮/୦୩: ଦେଶର ସବୁଠୁ ଧନୀ ମହିଳା ତଥା ହରିୟାଣାର ପୂର୍ବତନ ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ କଂଗ୍ରେସ ହାତ ଛାଡ଼ି ଦେଇଛନ୍ତି । କିଛିଦିନ ତଳେ ତାଙ୍କ ପୁଅ ତଥା ଶିଳ୍ପପତି ନବୀନ ଜିନ୍ଦଲ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍ ହୋଇଥିଲେ । ୮୪ ବର୍ଷୀୟ ସାବିତ୍ରୀ ଜିନ୍ଦଲ ଏକ ସୋସିଆଲ୍ ମିଡିଆ ପୋଷ୍ଟ କରି କଂଗ୍ରେସ ଛାଡ଼ିଥିବା ଘୋଷଣା କରିଛନ୍ତି ।

ସାବିତ୍ରୀ ଜିନ୍ଦଲ ଲେଖିଛନ୍ତି, ମୁଁ ବିଧାୟିକା ଭାବେ ୧୦ ବର୍ଷ ଧରି ହିସାର ଲୋକଙ୍କ ପ୍ରତିନିଧିତ୍ୱ କରିଥିଲି । ଜଣେ ମନ୍ତ୍ରୀ ଭାବେ ନିଃସ୍ୱାର୍ଥପର ସହ ହରିୟାଣାର ସେବା କରୁଥିଲି । ହିସାର ଲୋକ ହେଉଛନ୍ତି ମୋ ପରିବାର ଏବଂ ପରିବାର ପରାମର୍ଶକ୍ରମେ ମୁଁ ଆଜି କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି ।

ଫୋବର୍ସ ଇଣ୍ଡିଆ ଚଳିତ ବର୍ଷ ସାବିତ୍ରୀ ଜିନ୍ଦଲଙ୍କୁ ଦେଶର ସବୁଠୁ ଧନୀ ମହିଳା ବିବେଚନା କରିଥିଲା । ଫୋବର୍ସର ଭାରତର ସବୁଠୁ ଧନୀ ୧୦ ମହିଳାଙ୍କ ତାଲିକା ଅନୁସାରେ, ଦିବଙ୍ଗତ ଶିଳ୍ପପତି ତଥା ପୂର୍ବତନ ମନ୍ତ୍ରୀ ଓପି ଜିନ୍ଦଲଙ୍କ ପତ୍ନୀ ସାବିତ୍ରୀ ଜିନ୍ଦଲଙ୍କ ମୋଟ ସମ୍ପତ୍ତି ୨୯.୧ ଅରବ ଆମେରିକୀୟ ଡଲାର୍ (୨୪.୨୭ ହଜାର କୋଟି ଟଙ୍କା) ।

ହରିୟାଣାର ଭୂପିନ୍ଦର ସିଂହ ହୁଡ୍ଡାଙ୍କ ନେତୃତ୍ୱାଧୀନ ସରକାରରେ ମନ୍ତ୍ରୀ ଥିଲେ ସାବିତ୍ରୀ ଜିନ୍ଦଲ । ୨୦୧୪ ଲୋକସଭା ନିର୍ବାଚନରେ ସେ ହିସାରରୁ ଲଢ଼ିଥିବା ବେଳେ ବିଜେପିର ଡା. କମଲ ଗୁପ୍ତାଙ୍କ ଠାରୁ ହାରି ଯାଇଥିଲେ । ଗୁପ୍ତା ଏବେ ନାୟବ ସିଂହ ସୈନି ସରକାରରେ ମନ୍ତ୍ରୀ ଅଛନ୍ତି । ସାବିତ୍ରୀ ଜିନ୍ଦଲଙ୍କ ପୁଅ ତଥା ଶିଳ୍ପପତି ନବୀନ ଜିନ୍ଦଲଙ୍କୁ ବିଜେପି କୁଋକ୍ଷେତ୍ର ଆସନରୁ ପ୍ରାର୍ଥୀ କରିଛି ।

୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କୁଋକ୍ଷେତ୍ର ଲୋକସଭା ଆସନରୁ ପ୍ରତିନିଧିତ୍ୱ କରିଥିବା ନବୀନ ଜିନ୍ଦଲ ରବିବାର କଂଗ୍ରେସ ଛାଡ଼ି ଦେଇଥିଲେ । ବିଜେପିରେ ମିଶିବା ସହ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ବିକଶିତ ଭାରତ’ ଏଜେଣ୍ଡାରେ ଯୋଗଦାନ ଦେବାକୁ ଚାହୁଁଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.