ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଗାଡ଼ିରେ ଚାଲୁଛି ଚୋରା କରତ କଳ, ଜବତ କଲା ବନବିଭାଗ

ନୀଳଗିରି,୮/୧୧(ଆ.ପ୍ର):ଚାରିଚକିଆ ଯାନରେ ଚାଲୁଛି ବେଆଇନ କରତକଳ।ଗାଁ ଗାଁ ବୁଲି କଟାଯାଉଛି କାଠ।ଏଭଳି ଖବର ପାଇ ନୀଳଗିରି ବନବିଭାଗ ତରଫରୁ ଅଚାନକ ଚଢ଼ାଉ କରି ବେଆଇନ କରତକଳ କୁ ଜବତ କରିବା ସହ କାଠ ମଧ୍ୟ ଜବତ କରାଯାଇଛି।

ସୂଚନାଯୋଗ୍ୟ ଗୋଟିଏ ପୁରୁଣା ଟାଟା ଏସି ଗାଡିରେ କରତକଳ ଫିଟିଙ୍ଗ ହୋଇ ଥିବା ସମୟରେ ନୀଳଗିରି ରେଞ୍ଜ ସଜନଗଡ ସେକ୍ଶନ ମାଟିଆଳି ବିଟ ଅଧୀନ ଗୁଡିବଣିଆ ଗ୍ରାମ ନିକଟସ୍ଥ ରାସ୍ତା ପାର୍ଶ୍ଵରେ ଆଜି ନୀଳଗିରି ବନବିଭାଗ ତରଫର ଅଚାନକ ଚଢଉ କରାଯାଇଥିଲା। ଏହି  ଚଢଉରେ ରେଞ୍ଜର ଆଇଶା ଏ. ନିଶା,ସଜନାଗଡ଼ ଫରେଷ୍ଟର ସରୋଜ କୁମାର ପ୍ରଧାନ,ଫରେଷ୍ଟ ଗାର୍ଡ ପ୍ରତିମା ସ, ମନୋରଞ୍ଜନ ସିଂ, ଆୟୁଷ୍ମାନ ପଣ୍ଡା ଓ ସବୁଜ ବାହିନୀ ମାନେ ସାମିଲ ଥିଲେ। ବେଆଇନ କରତ କଳର ଯନ୍ତ୍ରାଂଶ ଏବଂ ନିମ୍ବ, ଆକାଶିଆ କାଠ ଗଣ୍ଡି  ଜବତ ମଧ୍ୟ ହୋଇଛି। ଏହି କେସର ତଦନ୍ତ ଜାରି ରହିଥିବା ରେଞ୍ଜର ଆଇସା ଏ ନିଶା ପ୍ରକାଶ କରିଛନ୍ତି।

Copyright © 2022 - Summa Real Media Private Limited. All Rights Reserved.