ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ

ନୂଆଦିଲ୍ଲୀ, ୧୭।୪: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ । ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟିଂ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ମଇଦାନରେ ମୋଟ ୧,୧୯୮ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧,୧୯୨ ଜଣଙ୍କ ସତ୍ୟପାଠର ବିଶ୍ଳେଷଣ କରି ଆସୋସିଏସନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ୍‌ସ (ଏଡିଆର୍‌) ଏକ ରିପୋର୍ଟ ପ୍ରକାଶ କରିଛି । ଏହା ଅନୁସାରେ, ୧,୧୯୨ ପ୍ରାର୍ଥୀଙ୍କ ମଧ୍ୟରୁ ୨୫୦ ଜଣ ବା ୨୧%ଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ସେହିପରି ୩୯୦ ପ୍ରାର୍ଥୀ କୋଟିପତି । ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୫ କୋଟି ୧୭ ଲକ୍ଷ ଟଙ୍କା ବୋଲି ଏଡିଆର୍‌ ରିପୋର୍ଟରେ କୁହାଯାଇଛି । 

ଏଥିରେ ଆହୁରି ଦର୍ଶାଯାଇଛି ଯେ, ୧୬୭ ପ୍ରାର୍ଥୀ ବା ୧୪ ପ୍ରତିଶତଙ୍କ ବିରୋଧରେ ସଙ୍ଗିନ ଅପରାଧିକ ମାମଲା ରହିଛି । ୩୨ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୩ ପ୍ରାର୍ଥୀଙ୍କ ନାଁରେ ହତ୍ୟା ମାମଲା ରହିଛି । ୨୫ ଜଣଙ୍କ ବିରୋଧରେ ମହିଳା ବିରୋଧୀ ମାମଲା ରହିଛି । ଜଣଙ୍କ ନାଁରେ ବଳାତ୍କାର ମାମଲା ମଧ୍ୟ ରହିଥିବା ଜଣାଯାଇଛି । ସେହିପରି ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ଭଳି ମାମଲା ୨୧ ଜଣଙ୍କ ବିରୋଧରେ ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ ସିପିଆଇର ସମସ୍ତ ୫ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ଥିବାବେଳେ ସପାର ୪, ସିପିଆଇଏମ୍‌ର ୧୪, ଶିବସେନା(ସିନ୍ଦେ) ର ୨, କଂଗ୍ରେସର ୩୫, ଶିବସେନା(ଉଦ୍ଧବ)ର ୨, ବିଜେପିର ୩୧ ଏବଂ ଜେଡିୟୁର ୨ ଜଣଙ୍କ ନାଁରେ ଏହି ମାମଲା ରହିଛି । ସେହିପରି ବିଜେପିର ୬୯ ପ୍ରାର୍ଥୀଙ୍କ ମଧ୍ୟରୁ ୬୪ ଜଣ କୋଟିପତି ଥିବାବେଳେ କଂଗ୍ରେସର ୬୮ରୁ ୬୨, ଜେଡିୟୁର ସମସ୍ତ ୫, ଟିଏମ୍‌ସିର ସମସ୍ତ ୪, ଶିବସେନା(ଉଦ୍ଧବ)ର ୪, ସପାର ୪, ସିପିଆଇଏମ୍‌ର ୧୨ ପ୍ରାର୍ଥୀ କୋଟିପତି । କେବଳ କଂଗ୍ରେସ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୩୯.୭୦ କୋଟି ଟଙ୍କା ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ଟିକଟରୁ କର୍ଣ୍ଣାଟକର ମାଣ୍ଡ୍ୟା ଆସନରୁ ପ୍ରାର୍ଥୀ ହୋଇଥିବା ଭେଙ୍କଟରମଣ ଗୌଡ଼ା ସବୁଠୁ ଧନୀ । ତାଙ୍କ ପାଖରେ ୬୨୨ କୋଟିରୁ ଅଧିକ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ରହିଛି । 

ଦ୍ୱିତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଡି.କେ ସୁରେଶଙ୍କ ପାଖରେ ୫୯୩ କୋଟି ଟଙ୍କାର ସମ୍ପତ୍ତି ରହିଛି । ତୃତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ହେମା ମାଳିନୀ ଥିବାବେଳେ ତାଙ୍କ ପାଖରେ ୨୭୮ କୋଟିରୁ ଅଧିକ ସମ୍ପତ୍ତି ଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ୫୩୩ ଜଣ ବା ୪୩ ପ୍ରତିଶତ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୫ମରୁ ଦ୍ୱାଦଶ ପର୍ଯ୍ୟନ୍ତ ରହିଛି । ୫୭୪ ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ବା ଏହାଠାରୁ ଅଧିକ ଥିବା ଦର୍ଶାଇଛନ୍ତି । ୩୭ ଜଣ ଡିପ୍ଲୋମାଧାରୀ । ୮ ଜଣ ଅଶିକ୍ଷିତ ଥିବାବେଳେ ୩ ଜଣ ନିଜ ଶିକ୍ଷାଗତ ଯୋଗ୍ୟତା ଘୋଷଣା କରିନାହାନ୍ତି । ୩୬୩ ଜଣଙ୍କ ବୟସ ୨୫ରୁ ୪୦ ବର୍ଷ ଭିତରେ ହେବ । ୫୭୮ ଜଣଙ୍କ ବୟସ ୪୧ରୁ ୬୦ ବର୍ଷ ମଧ୍ୟରେ ରହିଛି । ସେହିପରି ୨୪୯ ଜଣଙ୍କ ବୟସ ୬୧ରୁ ୮୦ ବର୍ଷ ରହିଥିବା ଜଣାପଡ଼ିଛି । ଦୁଇ ଜଣଙ୍କ ବୟସ ୮୦ ବର୍ଷରୁ ଅଧିକ ରହିଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ ଅର୍ଥାତ ପ୍ରାୟ ୮ ପ୍ରତିଶତ ହେଉଛନ୍ତି ମହିଳା ପ୍ରାର୍ଥୀ ।

  • prameyanews
  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.