ପୁରୀ, ୧୨।୯ : ପୁରୀ ଜିଲ୍ଲାରେ ପୋଲିସ ଆଇନର ଧାରା ୩୦ ଲାଗୁ କରାଯାଇଛି। ଏହି ଧାରା ୯୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ପୁରୀ ଏସପି ପିନାକ ମିଶ୍ର ଏହା ଲାଗୁ କରିଛନ୍ତି।
ଅଗଷ୍ଟ ୩୦ ତାରିଖ ଠାରୁ ନଭେମ୍ବର ୨୭ ତାରିଖ ୯୦ ଦିନ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳ, ପୁରୀ ମ୍ୟୁନିସିପାଲିଟି, ପିପିଲି, କୋଣାର୍କ ଓ ନିମାପଡା ଏନଏସି ଅଞ୍ଚଳରେ ଧାରା ୩୦ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ବିନା ଅନୁମତିରେ ସଭା, ଶୋଭାଯାତ୍ରା, ମାଇକ ବ୍ୟବହାରକୁ ବେଆଇନ ଘୋଷଣା କରାଯାଇଛି ବୋଲି ଏସ ପି ପିନାକ ମିଶ୍ର ସୂଚନା ଦେଇଛନ୍ତି।