ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ବରିଷ୍ଠ ଅଭିଭାବକ ଦିବସ, ମାର୍ଗ ଖୋଜୁଛନ୍ତି ମାର୍ଗଦର୍ଶକ

ଭୁବନେଶ୍ୱର,୧୦/୦୯: ବରିଷ୍ଠ  ଅଭିଭାବକମାନେ ଆମର ମାର୍ଗଦର୍ଶକ । ଜୀବନକାଳ  ମଧ୍ୟରେ ବହୁ ଘାତ ପ୍ରତିଘାତରୁ ସେମାନେ ଅସୀମ ଅଭିଜ୍ଞତା ସାଇତି ରଖିଥାନ୍ତି । ଯାହାର ଉପଯୋଗ  କରି ଆମେ ଏକ ଉଜ୍ୱଳ ଭବିଷ୍ୟତ ଆଡକୁ  ଯାଇପାରିବା । କିନ୍ତୁ ପରିତାପର ବିଷୟ ଏହି ବରିଷ୍ଠ  ଅଭିଭାବକମାନେ ଆଜି ଅବହେଳିତ । ଯେଉଁମାନେ  ଆମକୁ ମାର୍ଗ ଦର୍ଶନ କରିବା କଥା, ସେମାନେ ଆଜି  ନିଜେ ବଞ୍ଚିବାକୁ ମାର୍ଗ ଖୋଜୁଛନ୍ତି । 

ଅରକ୍ଷିତ ରାଉଳ ଓ ପ୍ରଭାକର ପାତ୍ର । ନିଜ  ପିଲାମାନେ ସେମାନଙ୍କୁ ପର କରିଦେଲେ ।  ନିରାଶ୍ରୟ ହୋଇ ସେମାନେ ରାସ୍ତାରେ ବୁଲୁଥିଲେ । ଖାଇବାକୁ ଦୁଇମୁଠା ଯୋଗାଡ଼ କରିବା ତ ଦୂର  କଥା, ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ଖଣ୍ଡେ ପାଉନଥିଲେ ।  ଏପରି ସ୍ଥିତିରେ ସେମାନଙ୍କୁ ସହାୟ ହେଲା  ୟୁନିଟ୍‌-୬ ସ୍ଥିତ ସହରାଞ୍ଚଳ ଆଶ୍ରୟ ଗୃହ । ୭ବର୍ଷ  ହେଲା ଏହା ସେମାନଙ୍କ ଠିକଣା ପାଲଟିଛି । କେବଳ  ଏହି ଦୁଇ ଜଣ ନୁହନ୍ତି, ଅନେକ ବୃଦ୍ଧ ବାପାମା’  ଆଜି ଅବହେଳିତ । ଆଗରୁ ଯୌଥ ପରିବାର ଥିଲା ।  ଘରେ ଜଣେ କି ଦୁଇଜଣ ବରିଷ୍ଠ ଅଭିଭାବକ(ଗ୍ରାଣ୍ଡ ପ୍ୟାରେଣ୍ଟ) ଘରର ମେରୁଦଣ୍ଡ ଭଳି ରହୁଥିଲେ ।  କିନ୍ତୁ ଆଉ ସେ ଯୌଥ ପରିବାର ନାହିଁ । ପିଲାମାନେ  ବାପା ମା’ଙ୍କୁ ଛାଡ଼ି ବାହାରେ ରହୁଛନ୍ତି । ତେଣୁ  ବରିଷ୍ଠ ଅଭିଭାବକମାନେ ବାରଦୁଆର ବୁଲୁଛନ୍ତି ।   ସମ୍‌ ହସ୍ପିଟାଲ ମାନସିକ ରୋଗ ବିଶେଷଜ୍ଞ  ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର  କହିଛନ୍ତି, ବର୍ତ୍ତମାନ ସମୟରେ ପୁଅବୋହୂ ‘ମୁଁ ଓ  ମୋର’ ନୀତିରେ ଚାଲୁଛନ୍ତି । ପୁଅ ଯାହା ରୋଜଗାର  କରୁଛି, ସେଥିରେ ସ୍ତ୍ରୀ ଓ ପିଲାଙ୍କୁ ଚଳାଉଛି । କିନ୍ତୁ  ବୃଦ୍ଧ ବାପା, ମାଙ୍କୁ ପୋଷିବାକୁ କୁନ୍ଥକୁନ୍ଥ ହେଉଛି ।  ଏଥିପାଇଁ ସଚେତନତା ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.