ନୂଆଦିଲ୍ଲୀ,୧୮/୦୯: ସପ୍ତାହର ପ୍ରଥମ ବ୍ୟବସାୟିକ ଦିନରେ ସେୟାର ବଜାର ଲାଲ ସଙ୍କେତରେ ବନ୍ଦ ହୋଇଥିବା ଦେଖିବାକୁ ମିଳିଥିଲା। ସୋମବାର ସେନ୍ସେକ୍ସ ୨୪୧.୭୯ (୦.୩୫%) ଅଙ୍କ ହ୍ରାସ ପାଇ୬୭,୫୯୬.୮୪ ଏବଂ ନିଫ୍ଟି ୫୯.୦୫ (୦.୨୯%) ଅଙ୍କ ହ୍ରାସ ପାଇ ୨୦,୧୩୩.୩୦ ସ୍ଥରରେ ବନ୍ଦ ହୋଇଛି। ମଙ୍ଗଳବାର ଗଣେଷ ପୂଜା ଯୋଗୁ ସେୟାର ବଜାର ବନ୍ଦ ରହିବ। ସିଧାସଳଖ ବୁଧବାର ସେୟାର ବଜାର ଖୋଲିବ।
ସପ୍ତାହର ପ୍ରଥମ ବାଣିଜ୍ୟିକ ଦିନରେ ବଜାରରେ ମେଟାଲ, ରିଅଲିଟି ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରର ସେୟାର ଉପରେ ଚାପ ପଡ଼ିଥିଲା। ଏହି ଅବଧି ମଧ୍ୟରେ ଗତ କିଛି ଦିନ ଧରି ବଜାରରେ ଦୃଢ଼ ପ୍ରଦର୍ଶନ କରୁଥିବା ଏଚଡିଏଫ୍ସି ବ୍ୟାଙ୍କର ସେୟାର ମଧ୍ୟ ୧.୨୫ ପ୍ରତିଶତ ହ୍ରାସ ପାଇଛି। ହିଣ୍ଡାଲକୋ ସେୟାର ଦୁଇ ପ୍ରତିଶତ ହ୍ରାସ ପାଇଛି।