ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଖମାର ଟୋଲଗେଟ୍ ନିକଟରେ ସିରଜ୍ ଦୁର୍ଘଟଣା, ପରସ୍ପର ସହ ଧକ୍କା ହୋଇ ଜଳିଗଲେ ୩ ଗାଡି

ଅନୁଗୁଳ, ୨୯/୦୧ : ପାଲଲହଡା ଦେଇ ଯାଇଥିବା ୧୪୯ ନଂ ଜାତୀୟ ରାଜପଥ ଖମାର ଟୋଲଗେଟ୍ ନିକଟରେ ସିରଜ୍ ଦୁର୍ଘଟଣା। ପରସ୍ପର ସହ ଧକ୍କା ହୋଇ ଜଳିଗଲେ ଟ୍ରେଲର, ଟ୍ରକ୍ ଆଉ ପିକଅପ୍ ଭ୍ୟାନ୍।

ସୂଚନାନୁଯାୟୀ, ପାଲଲହଡା ଦେଇ ଯାଇଥିବା ୧୪୯ ନଂ ଜାତୀୟ ରାଜପଥ ଖମାର ଟୋଲଗେଟ୍ ନିକଟରେ ଏକ ପାଇପ୍ ବୋଝେଇ ଟ୍ରେଲର ସହ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ପରେ ପଛରୁ ଏକ ପିକଅପ୍ ଭ୍ୟାନ୍ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ମୁଢି ବୋଝେଇ ଥିବା ପିକଅପ୍ ଭ୍ୟାନ୍‌ଟିରେ ନିଆଁ ଲାଗିଯାଇଥିଲା। ପରେ ଟ୍ରକ୍ ଓ ଟ୍ରେଲରରେ ମଧ୍ୟ ନିଆଁ ଲାଗିଯାଇଥିଲା। ସୂଚନା ପାଇ ପାଳଲହଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ୩ଟି ଯାକ ଗାଡି ସମ୍ପୂର୍ଣ୍ଣ ଜଳି ଯାଇଛି। ଖମାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି I ତେବେ ସକାଳୁ ସକାଳୁ କୁହୁଡି ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.