ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନେଦରଲ୍ୟାଣ୍ଡର ନାଇଟ୍ କ୍ଲବରୁ ମୁକ୍ତ ହେଲେ ସମସ୍ତ ବନ୍ଧକ, ଜଣେ ଗିରଫ...

ନୂଆଦିଲ୍ଲୀ: ନେଦରଲ୍ୟାଣ୍ଡର ଆଡେ ସହରରେ ଅବସ୍ଥିତ ଏକ ନାଇଟ୍ କ୍ଲବରେ ଅନେକ ଲୋକଙ୍କୁ ବନ୍ଧକ ରଖାଯାଇଥିବା ଖବର ସାମ୍ନାକୁ ଆସିଛି । ଏହି ସମୟ ମଧ୍ୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ କର୍ଡନ କରିଛି । ପୋଲିସ ଆଖପାଖ ଅଟ୍ଟାଳିକାରେ ଥିବା ୧୫୦ ଲୋକକୁ ଅନ୍ୟତ୍ର ସ୍ଥାନାନ୍ତର କରିଛି । ଏନେଇ ଜଣେ ପୋଲିସ ଅଧିକାରୀ ରହିଛନ୍ତି ଯେ, ଏହି ଘଟଣା ଡଚ୍ ସହରର ଆଡେ ସହରରେ ଘଟିଛି । କିଛି ଲୋକଙ୍କୁ ଏଠାରେ ବନ୍ଧକ ରଖାଯାଇଥିଲା । ଏବେ ସମସ୍ତ ବନ୍ଧକଙ୍କୁ ମୁକ୍ତ କରାଯାଇଛି । ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି । ଏବେ ଏହି ଘଟଣା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ହୋଇନଥିବା କହିଛନ୍ତି ସେ । ତେବେ ସେ ଏହି ଘଟଣା ଉପରେ ଅଧିକ ସୂଚନା ଦେବାକୁ ମନା କରି ଦେଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନାଇଟ୍ କ୍ଲବରେ କେତେ ଜଣଙ୍କୁ ବନ୍ଧକ ରଖାଯାଇଥିଲା, ସେନେଇ ସୂଚନା ଦେଇନାହାଁନ୍ତି ସେ । 

ସୂଚନା ମୁତାବକ ଆମଷ୍ଟରଡାମ୍‌ର ଦକ୍ଷିଣ-ପୂର୍ବଠାରୁ ୮୫ କିଲୋମିଟର (୫୩ ମାଇଲ) ଦୂର ଆଡେରେ ଏହା ଘଟିଛି ।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀସ୍ଥାନୀୟ ପୌରସଂସ୍ଥା ଏହି ସୂଚନା ଦେଇଛି । ଦଙ୍ଗା ନିୟନ୍ତ୍ରଣକାରୀ ପୋଲିସ ଏବଂ ବୋମା ନିଷ୍କାସନକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏଠାରେ ଟାଉନ୍ ସେଣ୍ଟର୍ ଠାରୁ ଦୂରରେ ରହିବାକୁ ଲୋକଙ୍କୁ ନିବେଦନ କରାଯାଇଛି । ଟ୍ରେନ୍ ଟ୍ରାଫିକ୍ ଦିଗ ପରିବର୍ତ୍ତନ କରାଯାଇଛି । ତେବେ ଏହି ଘଟଣା ଆତଙ୍କବାଦୀ ଆକ୍ରମଣ ସହ ଜଡିତ ଅଛି ବୋଲି କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ପୋଲିସ । 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.