ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କୁଡିଆ ଘରେ ପଶିଲେ ଗ୍ରାମବାସୀ, ଦେହ ବ୍ୟବସାୟ ସନ୍ଦେହରେ ଦୁଇ ମହିଳା ସମେତ ଦୁଇ ଯୁବକଙ୍କୁ ପିଟିଲେ

ଭୋଗରାଇ ୦୨/୦୫ : କୁଡ଼ିଆ ଘରେ ଦେହ ବ୍ୟବସାୟ ଚାଲୁଥିବା ସନ୍ଦେହରେ ଘରେ ପଶିଲେ ଗ୍ରାମବାସୀ। ଦୁଇ ଜଣ ମହିଳା ସମେତ ଦୁଇ ଯୁବକଙ୍କୁ ଧରିଲେ। ଘରୁ ଟାଣି ଆଣି ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ। ଏଭଳି ଘଟଣା ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଲକ୍ଷୀପାଟଣା ଗ୍ରାମର ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି।

ସୂଚନା ମୁତାବିକ, ଲକ୍ଷୀପାଟଣା ଗ୍ରାମ ନିକଟରେ ରାସ୍ତା କଡ଼ରେ ଥିବା କୁଡ଼ିଆ ଘରେ ଦୀର୍ଘ ଦିନ ଧରି ପଶ୍ଚିମ ବଙ୍ଗର ଜଣେ ଯୁବକ ଆସି କିଛି ମହିଳାଙ୍କୁ ରଖି ଦେହ ବ୍ୟବସାୟ କରି ଆସୁଥିଲା। ଗ୍ରାମବାସୀ ମାନେ ଏଭଳି କାର୍ଯ୍ୟକୁ ବାରମ୍ବାର ବିରୋଧ କରୁଥିଲେ। ହେଲେ ଗ୍ରାମବାସୀଙ୍କୁ ଧମକ ଦେଇ ଦେହ ବ୍ୟବସାୟ ଚଳାଇ ଆସୁଥିଲେ ଯୁବକ। କିନ୍ତୁ ଆଜି ଗ୍ରାମର ମହିଳା ପୁରୁଷ ଏକାଠି ହୋଇ ଦେହ ବ୍ୟବସାୟ ଚାଲିଥିବା ସ୍ଥାନରେ ପହଞ୍ଚି ଘରର କବାଟ ଖୋଲିବା ପାଇଁ କହିଥିଲେ। କବାଟ ନ‌‌ ଖୋଲିବାରୁ କବାଟ ଭାଙ୍ଗିବା ଭିତରକୁ ପଶିଲେ ଗ୍ରାମବାସୀ। ପରେଭିତରେ ଥିବା ଦୁଇଜଣ ମହିଳା ଓ ଦୁଇ ଜଣ ଯୁବକକୁ ଘରରୁ ଟାଣି ଆଣି ଗଛରେ ବାନ୍ଧି ନିସ୍ତୁକ ମାଡ ଦେଇଛନ୍ତି। ଏହି ଖବର ପାଇ ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ଗ୍ରାମବାସୀଙ୍କ କବଳରୁ ଦୁଇ ଜଣ ମହିଳା ଓ ଦୁଇ ଯୁବକଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ଥାନାକୁ ନେବା ବେଳେ ଉତ୍ତେଜନା ପ୍ରକାଶ ପାଇବା ସହିତ ପୋଲିସ ଗାଡ଼ିକୁ ଅଟକ ରଖିଛନ୍ତି ଗ୍ରାମବାସୀ ।।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.