ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସଲମାନଙ୍କ ସାମ୍ନାକୁ ଶାହରୁଖ ସାଜି ଆସିଲେ ପ୍ରଶଂସକ, ଅଭିନେତାଙ୍କ ହୋଇଗଲା ଏମିତି ଅବସ୍ଥା ...ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ – ସଲମାନ ଓ ଶାହରୁଖ ଖାନଙ୍କର ଅନେକ ଏମିତି ପ୍ରଶଂସକ ଅଛନ୍ତି ,ଯିଏ ନିଜର ପ୍ରିୟ ଷ୍ଟାରଙ୍କୁ କପି କରିଥାନ୍ତି। ତାଙ୍କ ଭଳି ଲୁକ୍ସ ରଖିଥାନ୍ତି। ଏବେ ଏକ ଭିଡ଼ି ସାମ୍ନାକୁ ଆସିଛି , ଯେଉଁଥିରେ ସଲମାନଙ୍କ ସହ ଶାହରୁଖଙ୍କର ଜଣେ ପ୍ରଶଂସକ ନଜର ଆସୁଛନ୍ତି। ହେଲେ ସେ ଯେବେ ଶାହରୁଖଙ୍କ ସ୍ୱରରେ କିଛି କହୁଛନ୍ତି ତ , ସଲମାନ ହସକୁ ଆଉ ରୋକି ପାରି ନଥିଲେ। ଭିଡ଼ିଓକୁ ପ୍ରଶଂସକ ହିଁ ତିଆରି କରିଥିଲେ, ଯାହା ଏବେ ଭାଇରାଲ ହେଉଛି। 

ଭିଡ଼ିଓର ଆରମ୍ଭ ହେବା କ୍ଷଣି ପ୍ରଶଂସକ ଶାହରୁଖଙ୍କ ଭଏସରେ କହୁଛନ୍ତି ପଠାନ ଓ ଟାଇଗର ଏଠାରେ ଅଛନ୍ତି। ଏହା ଶୁଣି ସଲମାନଙ୍କର ଖୁବ୍‌ ହସ ଆରମ୍ଭ ହୋଇଯାଉଛି। ପ୍ରଶଂସକଙ୍କ କଥା ଶୁଣି ସଲମାନ ହସକୁ ଆଉ କଣ୍ଟ୍ରୋଲ କରି ପାରନ୍ତି ନାହିଁ। ଆପଣ ବି ଭିଡ଼ିଓକୁ ଦେଖିଲେ ନିଜର ହସକୁ ରୋକି ପାରିବେ ନାହିଁ। 

କହି ରଖୁଛୁ କି, ନିକଟର ସଲମାନ ଖାନଙ୍କର ଫିଲ୍ମ ଟାଇଗର-୩ ରେ ଶାହରୁଖ ଖାନଙ୍କ ସ୍ପେଶାଲ କେମିଓ ଥିଲା। ଅନେକ ଥର ଏହି ଦୁଇ ଷ୍ଟାର ଜଣେ ଜଣର ଫିଲ୍ମରେ କେମିଓ କରୁଛନ୍ତି। ଦୁହିଁଙ୍କ ମନରେ ଭଲ ବନ୍ଧୁତା ରହିଛି। ଖାଲି ଏତିକି ନୁହେଁ ଉଭୟ ସୋସିଆଲ ମିଡ଼ିଆରେ ମଧ୍ୟ ପରସ୍ପରକୁ ପ୍ରଶଂସା କରିବାର ଦେଖିବାକୁ ମିଳେ। 


କିଛି ଦିନ ପୂର୍ବେ ପିଙ୍କଭିଲାର ରିପୋର୍ଟ ଥିଲା କି, ଉଭୟ ଷ୍ଟାର ଫିଲ୍ମ ଟାଇଗର ଭର୍ସେସ ପଠାନରେ ନଜର ଆସିବେ। ଫିଲ୍ମର ସୁଟିଂ ୨୦୨୪ ମସିହାରେ ହେବ। ରିପୋର୍ଟରେ କୁହାଯାଇଛି କି ଫିଲ୍ମର ସ୍କ୍ରିପ୍ଟକୁ ଶାହରୁଖ ଓ ସଲମାନଙ୍କୁ ଆଦିତ୍ୟ ଚୋପ୍ରା ଅଲଗା ଅଲଗା ଶୁଣାଇଛନ୍ତି, ଏବେ ଦୁହେଁ ଫିଲ୍ମ ପାଇଁ ସହମତି ପ୍ରକାଶ କରିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.