ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

‘ଯବାନ’ର ୩ ଦିନରେ ବମ୍ପର ଆଡଭାନ୍ସ ବୁକିଂ , ଗଦର-୨ ରହିଯିବ କି ପଛରେ ?

ମୁମ୍ୱାଇ : ପଠାନ , ଗଦର-୨ ପରେ ଏବେ ଶାହରୁଖ ଖାନଙ୍କର ଅପକମିଂ ଫିଲ୍ମ ଯବାନକୁ ନେଇ ଟ୍ରେଡ୍‌ ଏକ୍ସପର୍ଟମାନଙ୍କ ଖୁବ୍‌ ଆଶା ରହିଛି। ଫିଲ୍ମର ଆଡଭାନ୍ସ ବୁକିଂ ରିପୋର୍ଟ ଲଗାତାର ଅପଡେଟ୍‌ ହେଉଛି। ଯବାନ ୭ ସେପ୍ଟେମ୍ୱରରେ ରିଲିଜ ହେଉଛି। ୪ ଅଗଷ୍ଟ ଦ୍ୱିପ୍ରହରରେ ଯବାନର ଟ୍ରେଲର ରିଲିଜ ଦିନ ରିପୋର୍ଟ ଖୁବ୍‌ ଭଲ ଥିଲା । ଆଶା କରାଯାଉଛି କି, ଫିଲ୍ମର ପ୍ରଥମ ଦିନ ୪୦ କୋଟି ଟଙ୍କା ପାଖାପାଖି ଓପନିଂ କରି ପାରେ। 

 ଏହାସହ ମଧ୍ୟ ପଢ଼ନ୍ତୁ - ‘ଯବାନ’ର ଆଡଭାନ୍ସ ବୁକିଂରେ ଧମାକା ...ଦିଲ୍ଲୀ-ମୁମ୍ୱାଇରେ ସକାଳ ୬ଟାର ଶୋ’ ହାଉସଫୁଲ୍‌ 

ଗଦର -୨ର ବକ୍ସ ଅଫିସ ପରେ ଏବେ ସିନେପ୍ରେମୀ ଓ ଟ୍ରେଡ୍‌ ଏକ୍ସପର୍ଟ୍ସଙ୍କର ନଜର ଶାହରୁଖ ଖାନଙ୍କର ଫିଲ୍ମ ଯବାନ ଉପରେ ରହିଛି। ଅଗଷ୍ଟରେ ଟ୍ରେଲର ଆସିବା ପରେ ଫିଲ୍ମର ବୁକିଂ ଭାରତରେ ଆରମ୍ଭ ହୋଇ ଯାଇଥିଲା। ଏବେସୁଦ୍ଧା ସିନେମାର ୬ ଲକ୍ଷ ଟିକେଟ୍‌ ବୁକ୍‌ ହୋଇ ସାରିଛି। sacnilk ର ରିପୋର୍ଟ ମୁତାବିକ , ଯବାନର ପ୍ରଥମ ଡେ ପାଇଁ ୬ ଲକ୍ଷରୁ ଅଧିକ ଟିକେଟ୍‌ ଆଡଭାନ୍ସ ବୁକ୍‌ ହୋଇ ସାରିଛି। ଏଥିରେ ବ୍ଲକ୍‌ ସିଟ୍ସ ସାମିଲ ନାହିଁ। ଆଶା କରାଯାଉଛି କି ପୂରା ୱିକେଣ୍ଡ ପାଇଁ ପାଖାପାଖି ୨୦ ଲକ୍ଷ ଟିକେଟ୍‌ ବୁକ୍‌ ହୋଇଯିବ। 

 ଫିଲ୍ମ ଇଣ୍ଡଷ୍ଟ୍ରୀ ଟ୍ରାକର ମନୋବାଲା ବିଜୟବାଲନ ଟ୍ୱିଟ୍‌ କରିଛନ୍ତି କି, ଯବାନର ଆଡଭାନ୍ସ ବୁକିଂ ମାଇଲଷ୍ଟୋନ୍‌ ସାବ୍ୟସ୍ତ ହେଉଛି। ସିନେମାର ଟିକେଟ୍‌ର ଦାମ୍‌ କଥା ଯଦି କହିବା ତ ଏହା ୪୫୦,୬୦୦, ୧୫୦୦ରୁ ନେଇ କିଛି ସହରରେ ୨୪୦୦ ଟଙ୍କା ଯାଏ ଦେଖିବାକୁ ମିଳିଛି । ଯଦି ଗଦର-୨ର ଆଡଭାନ୍ସ ବୁକିଂ ସହ ତୁଳନା କରାଯାଏ ତ ରିପୋର୍ଟ ମୁତାବିକ ଗଦର-୨ ର ପ୍ରଥମ ଦିନ ପାଇଁ ୭ ଲକ୍ଷରୁ ଅଧିକ ଟିକେଟ୍‌ ବୁକ୍‌ ହୋଇଥିଲା। 

 ଏହାସହ ମଧ୍ୟ ପଢ଼ନ୍ତୁ - ‘ଯବାନ’ ପାଇଁ ଶାହରୁଖଙ୍କ ପ୍ରଂଶସକ ବୁକ୍‌ କଲେ ପୂରା ହଲ୍‌ , ସୁଟକେସ୍‌ରେ ଭର୍ତ୍ତି କରି ନେଇଗଲେ ସବୁ ଟିକେଟ୍‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.