ରାଉରକେଲା, ୨୫/୦୯: ରାଉରକେଲାରେ ପୁଣି ଲଜ୍ଜା । ୪ ଦିନରେ ଦୁଇ ଦୁଇଟି ଗଣ ଦୁଷ୍କର୍ମ । ସେପ୍ଟେମ୍ୱର ୨୧ ତାରିଖିରେ ପ୍ଲାଣ୍ଟ ସାଇଟ୍ ଥାନା ବିଶ୍ରା ଛକ ନିକଟ ଜଙ୍ଗଲରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ଆସିଛି ଗଣ ଦୁଷ୍କର୍ମ ଅଭିଯୋଗ । ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଚଳିତ ମାସ ୨୧ ତାରିଖିରେ ରାଉରକେଲାର ପ୍ଲାଣ୍ଟ ସାଇଟ୍ ଥାନା ବିଶ୍ରା ଛକ ନିକଟ ଜଙ୍ଗଲରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ଆସିଛି ଗଣ ଦୁଷ୍କର୍ମ ଅଭିଯୋଗ । ରଘୁନାଥପାଲି ଥାନା ଅଞ୍ଚଳର ଏକ ରେଷ୍ଟୁରାଣ୍ଟରେ ୫ ଜଣ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବାର ରଘୁନାଥ ପାଲି ଥାନାରେ ହୋଇଛି ଅଭିଯୋଗ । ଯାହାକୁ ନେଇ ରାଉରକେଲା ପୋଲିସ ଉପରେ ଉଠିଛି ପ୍ରଶ୍ନ । ଗତ ୪ ଦିନ ଭିତରେ ରାଉରକେଲାରେ ଦୁଇ ଦୁଇଟି ଗଣଦୁଷ୍କର୍ମ ହୋଇଥିବା ବେଳେ କ'ଣ କରୁଛି ରାଉରକେଲା ପୋଲିସ । ତେବେ ଏହି ଘଟଣାର ତଦନ୍ତ ଚାଲିଛି ବୋଲି ରାଉରକେଲା ଏସପି କହିଛନ୍ତି ।