ମୁମ୍ୱାଇ : ଶର୍ମିଳା ଟାଗୌର ଓ ମନସୁର ଅଲ୍ଲୀ ଖାନ୍ ପଟୌଦୀ (ଟାଇଗର ପଟୌଦୀ ଭାବେ ମଧ୍ୟ ଜଣାଶୁଣା) ଅନେକ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ କରିଥିଲେ ବିବାହ। ମନସୂରଙ୍କୁ ବିବାହ କରିବା ପାଇଁ ଶର୍ମିଳା ନିଜର ଧର୍ମ ବଦଳାଇ ଦେଇଥିଲେ। ଏହାସହ ସେ ମଧ୍ୟ ନିଜ ନାଁ ଆୟଶା ରଖି ଦେଇଥିଲେ। ଶର୍ମିଳା କହିଛନ୍ତି ଯେ, ବିବାହ ପୂର୍ବରୁ ସେ ସେତେ ଧାର୍ମିକ ନଥିଲେ, କିନ୍ତୁ ଯେମିତି ହିଁ ସେ ନିଜର ଧର୍ମ ବଦଳାଇଲେ , ଏହାପରେ ସେ ହିନ୍ଦୁ ଓ ଇସଲାମ ଧର୍ମ ବିଷୟରେ ଖୁବ୍ ଶିଖିଲେ।
ସିମି ଗ୍ରେୱାଲଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଶର୍ମିଳାଙ୍କୁ ଯେବେ ଧର୍ମ ବଦଳାଇବାକୁ ନେଇ ପ୍ରଶ୍ନ କରାଯାଇ ଥିଲା, ସେ କହିଥିଲେ - ଏହା ସହଜ ନଥିଲା କି ଅଧିକ ମୁସ୍କିଲ ବି ନଥିଲା। ତାଙ୍କୁ ଫେସ୍ କରିବା ଖୁବ୍ ଅଣ୍ଡରଷ୍ଟୁଡ୍ ଥିଲା। ଆପଣ ଏହି ବିଷୟରେ ବହୁତ ଅଧିକ ଅଣଦେଖା କରି ପାରିବେ ନାହିଁ। ଏହା ପୂର୍ବରୁ ମୁଁ ଅଧିକ ଧାର୍ମିକ ନଥିଲି। ଏବେ ମୁଁ ଅଧିକ ଜାଣିଛି ହିନ୍ଦୁ ଓ ଇସଲାମ ବିଷୟରେ।
ଯେବେ ଶର୍ମିଳାଙ୍କୁ ଆୟଶା ନାମକୁ ନେଇ ପଚରାଗଲା ତ, ସେ କହିଥିଲେ କି, ମନସୁର୍ ହିଁ ଏହି ନାଁ ପାଇଁ ପରାମର୍ଶ ଦେଇଥିଲେ। ଶର୍ମିଳା ନିଜ ମାଆ ନୱାବ ବେଗମଙ୍କ ବିଷୟରେ ମଧ୍ୟ ଜଣାଇ ଥିଲେ। କହିଥିଲେ ସେମାନେ ଦୁହେଁ ସର୍ବଦା ପରସ୍ପରକୁ ସମ୍ମାନ କରିଛନ୍ତି। ନିଜ ଶାଶୂ ସହ ପ୍ରଥମ ମିଟିଂକୁ ନେଇ ଶର୍ମିଳା କହିଛନ୍ତି , ମୁଁ ପ୍ରଥମ ଥର ଯେବେ ଅମ୍ମାଙ୍କୁ ଭେଟିଲି , ସେତେବେଳେ ମୁଁ ନର୍ଭସ୍ ଥିଲି। ସେ ମୋତେ ପଚାରି ଥିଲେ,ତୁମେ ମୋ ପୁଅ ବିଷୟରେ କଣ ଭାବୁଛ। ମୁଁ କହିଥିଲି - ମୁଁ ତାଙ୍କୁ ବହୁତ ପସନ୍ଦ କରେ। ଶର୍ମିଳା କହିଛନ୍ତି ,ସମୟ ସହ ଉଭୟଙ୍କ ମଧ୍ୟରେ ଭଲ ସଂପର୍କ ହୋଇ ଯାଇଥିଲା।
ବର୍ଖା ଦତ୍ତଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଶର୍ମିଳା କହିଥିଲେ ଯେ , ଯେବେ ସେ ବିବାହ କରୁ ଥିଲେ , ସେତେବେଳେ ତାଙ୍କୁ ଜୀବନରେ ମାରିବାର ଧମକ ମଧ୍ୟ ମିଳି ଥିଲା। ଶର୍ମିଳା କହିଥିଲେ ଯେ, କୋଲକାତାରେ ଯେବେ ମୁଁ ବିବାହ କରୁଥିଲି , ମୋ ପିତାମାତାକୁ ଟେଲିଗ୍ରାମ୍ ଆସିଥିଲା। ସେମାନେ କହିଲେ ଗୁଳି କଥା କହିବ। ଟାଇଗରଙ୍କ ପରିବାରକୁ ମଧ୍ୟ ଧମକ ଆସିଥିଲା । ତାଙ୍କର ପରିବାର କିଛି ମାତ୍ରାରେ ଚିନ୍ତାରେ ପଡ଼ି ଯାଇଥିଲେ। ରିସେପସନ ହୋଇଗଲା , ଏହାପରେ ଏମିତି କିଛି ହୋଇ ନଥିଲା।