ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଶ୍ରୀମନ୍ଦିର ଆନନ୍ଦବଜାର ଭିତର ଫଟୋ ଭାଇରାଲ, ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି

Published By : Prameya | July 29, 2024 10:17 AM

ପୁରୀ,୨୯/୦୭: ଶ୍ରୀମନ୍ଦିର ଆନନ୍ଦବଜାର ପରିସରରେ ମହାପ୍ରସାଦ ଖାଉଥିବା ବେଳର ଫଟୋ ଉଠାଇ ସୋସିଆଲ  ମିଡିଆରେ ଭାଇରାଲ କରିଛନ୍ତି ଜଣେ  ବ୍ୟକ୍ତି । ଫଟୋ ଭାଇରାଲ କରିଥିବା ବ୍ୟକ୍ତି  ଜଣକ ହେଉଛନ୍ତି ସିଦ୍ଧାର୍ଥ ପାଣ୍ଡେ । ସେ  ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋକୁ ସେୟାର  କରିଛନ୍ତି । ଏହି ଫଟୋରେ ଆନନ୍ଦବଜାର  ସହ ଭୋଗମଣ୍ଡପ ଦୃଶ୍ୟ ମଧ୍ୟ ଦେଖାଯାଉଛି ।  ସିଦ୍ଧାର୍ଥ ଏହି ଫଟୋ ଭାଇରାଲ କରିଥିବା ବେଳେ ଏହା ଜଗନ୍ନାଥପ୍ରେମୀଙ୍କ ମହଲରେ  ଉଦ୍‌ବେଗ ସୃଷ୍ଟି କରିଛି । ଥରେ କି ଦୁଇ ଥର ନୁହେଁ ବାରମ୍ବାର ଶ୍ରୀମନ୍ଦିର ଭିତର  ଓ ଭିଡିଓ ଫଟୋ ଭାଇରାଲ ହେଉଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ  ପ୍ରକାଶ ପାଇଛି । ତୁରନ୍ତ ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ଉକ୍ତ ଘଟଣାରେ ହସ୍ତକ୍ଷେପ କରି କଡ଼ା ଆଭିମୁଖ୍ୟ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି । 

ଗତ ୧୬ତାରିଖରେ  ରାଜା ସାକାର ବୋଲି ଜଣେ ବ୍ୟକ୍ତି ଶ୍ରୀମନ୍ଦିର ପରିସରରେ ସେଲ୍‌ଫି ଉଠାଇ ଫଟୋ  ନିଜ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ମାତ୍ର ୧୨ ଦିନ ପରେ ପୁଣି  ଶ୍ରୀମନ୍ଦିର ଆନନ୍ଦବଜାର ଓ ଭୋଗ ମଣ୍ଡପ ସୋସିଆଲ ମିଡିଆରେ ଘୂରି ବୁଲିଲାଣି । ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର କିପରି ରହିଛି ତାହା ଏଥିରୁ ସ୍ପଷ୍ଟ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.