ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ରୋହିତଙ୍କ ପରେ ଏହି ଖେଳାଳୀ ହେବେ ଭାରତର ଆଗାମୀ ଟେଷ୍ଟ ଅଧିନାୟକ !

ନୂଆଦିଲ୍ଲୀ,୩/୮ : ଟିମ୍ ଇଣ୍ଡିଆରେ ଜଣେ ଖତରନାକ୍ ଖେଳାଳୀ ଏଭଳି ଅଛନ୍ତି ଯିଏ ରୋହିତ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟ ଟିମର ଟେଷ୍ଟ ଅଧିନାୟକ ହେବା ସବୁଠାରୁ ବଡ଼ ଦାବିଦାର୍ ଅଟନ୍ତି । ଭରତୀୟ ଟିମର ଏହି ଖେଳାଳୀ ଏତେ ଖତରନାକ ଅଟନ୍ତି କି ସେ ବିରୋଧୀଙ୍କ ଲାଗି ସବୁଠାରୁ ଅଧିକ ବିପଦ ବୋଲି କୁହାଯାଉଛି । ୩୭ବର୍ଷୀୟ ରୋହିତ ଶର୍ମା ଏବେ ଅଧିକ ଦିନ ଭାରତର ଟେଷ୍ଟ ଅଧିନାୟକ ରହିପାରିବେ ନାହିଁ । ଏଭଳି ସ୍ଥଳେ ଟିମ୍ ଇଣ୍ଡିଆର ଆଗାମୀ ଟେଷ୍ଟ ଅଧିନାୟକ ଭାବେ ଜଣେ ଘାତକ ଖେଳାଳୀ ବିସିସିଆଇର ଟାର୍ଗେଟରେ ନିଶ୍ଚିତ ଥିବ । ୩୭ବର୍ଷୀୟ ରୋହିତ ଶର୍ମାଙ୍କ ଲାଗି ଏବେ ଲମ୍ବା ସମୟ ପର୍ଯ୍ୟନ୍ତ ଭାରତର ଟେଷ୍ଟ ଅଧିନାୟକତ୍ବ କରିବା ସହଜ ହେବ ନାହିଁ । ଏଭଳି ସ୍ଥଳେ ଖୁବଶୀଘ୍ର ବିସିସିଆଇ ଭାରତର ନୂଆ ଟେଷ୍ଟ ଅଧିନାୟକଙ୍କୁ ଚୟନ କରିପାରେ । 

ଟେଷ୍ଟ, ଓ୍ବାନଡେ ଏବଂ ଟି-୨୦ ତିନି ଫର୍ମାଟ୍ସ ଲାଗି ଟିମ୍ ଇଣ୍ଡିଆରେ ନିଜ ସ୍ଥାନ ପକ୍କା କରି ସାରିଥିବା ବ୍ୟାଟର ଶୁଭମନ ଗିଲ୍ ଭାରତୀୟ କ୍ରିକେଟ ଟିମର ଟେଷ୍ଟ ଅଧିନାୟକ ହେବାର ସବୁଠାରୁ ବଡ଼ ଦାବିଦାର ଅଟନ୍ତି । ଟିମ୍ ଇଣ୍ଡିଆର ଯୁବ ଓପନର ବ୍ୟାଟର ଶୁଭମନ ଗିଲଙ୍କୁ ଭାରତର ଆଗାମୀ ଟେଷ୍ଟ ଅଧିନାୟକ କରାଯାଇପାରେ । ୨୪ବର୍ଷୀୟ ଶୁଭମନ ଗିଲ୍ ନିଜ ନିଆରା ବ୍ୟାଟିଂ ଲାଗି ଜଣାଶୁଣା । ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟର ଏବେ ଅଧିକ ଦିନ ରହି ନାହିଁ । ଏଭଳି ସ୍ଥଳେ ୨୪ବର୍ଷୀୟ ଶୁଭମନ ଗିଲଙ୍କୁ ଭାରତର ଟେଷ୍ଟ ଅଧିନାୟକର ଦାୟିତ୍ବ ବି ଦିଆଯାଇପାରେ । ଶୁଭମନ ଗିଲଙ୍କୁ ଓ୍ବାନଡେ ଏବଂ ଟି-୨୦ ଫର୍ମାଟରେ ପ୍ରଥମରୁ ହିଁ ଟିମ୍ ଇଣ୍ଡିଆର ଉପଅଧିନାୟକ କରାଯାଇଥିଲା । ବିସିସିଆଇର ଏହି ସଙ୍କେତ କହୁଛି କି ତାଙ୍କୁ ଶୁଭମନ ଗିଲଙ୍କ ଉପରେ କେତେ ଭରସା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.