ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୀତାପୁର ମର୍ଡର କେସ୍‌ର ଖୋଲିଲା ରହସ୍ୟ: ଭାଇ ହିଁ ପ୍ରକୃତ ହତ୍ୟାକାରୀ, ଟଙ୍କା ପାଇଁ ୬ ଜଣଙ୍କୁ ମାରିଦେଲା

ଲକ୍ଷ୍ନୌ,୧୬।୫: ସୀତାପୁରର ରାମପୁର ମଥୁରାରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା। ପୋଲିସର ସୂଚନା ଅନୁସାରେ, ଏହି ହତ୍ୟାକାଣ୍ଡରେ ଆଉ କେହି ନୁହେଁ, ବଂର ମୃତ ଅନୁରାଗ ସିଂହର ଭାଇ ଅଜିତ ସିଂହ ଥିଲା ମାଷ୍ଟରମାଇଣ୍ଡ। ୫ ଦିନର ତଦନ୍ତ ପରେ ପୋଲିସ ଅଜିତକୁ ଗିରଫ କରିଛି।

ହତ୍ୟାକାରୀ ଅଜିତ ସିଂହ ଜାଣିଥିଲା ତା ମା’ ପାଖରେ ଏକ ବିନା ଲାଇସେନ୍ସର ପିସ୍ତଲ ଅଛି, ଯାହାକି ତା ବାପାଙ୍କର ଥିଲା। ସମସ୍ତଙ୍କୁ ମାରିବାର କିଛି ଦିନ ପୂର୍ବରୁ ସେ ତା’ର ମା’ଙ୍କଠାରୁ ଏହାକୁ ଗାଏବ୍ କରିଦେଇଥିଲା। ଶୁକ୍ରବାର ବିଳମ୍ବି ରାତିରେ ପହ୍ଲାପୁର ଗାଁରେ ଅଜିତ ନିଜ ଭାଇ ଅନୁରାଗ, ତା’ର ପତ୍ନୀ ପ୍ରିୟଙ୍କା ଓ ତା’ର ତିନି ସନ୍ତାନ ସହିତ ନିଜ ମା’ ସାବିତ୍ରୀଙ୍କୁ ନୃଶଂସ ଭାବରେ ହତ୍ୟା କରିଥିଲା। ପରେ ପୋଲିସକୁ ଫୋନ୍ କରି କହିଥିଲା ଭାଇ ଅନୁରାଗ ସମସ୍ତଙ୍କୁ ମାରି ଆତ୍ମହତ୍ୟା କରିଛି।   ଏବେ କିନ୍ତୁ ପୋଲିସ କହିଛି ୬ ଜଣଙ୍କୁ ହତ୍ୟା କରିଛି ଅଜିତ। ସେ ଆଇନଠାରୁ ବଞ୍ଚିବା ପାଇଁ ମିଛ କାହାଣୀ କହୁଥିଲା।

ପୋଲିସ କହିଛି, ଅଜିତ ସ୍ବୀକାର କରିଛି ଘଟଣା ଦିନ ରାତିରେ ସେ ପ୍ରଥମେ ତା’ର ଭାଉଜକୁ ଗୁଳି କରି ମାରିଥିଲା। ଗୁଳି ସାଉଣ୍ଡ ଶୁଣି ତା’ର ମା’ ଯେତେବେଳେ ଆସିଥିଲେ ସେ ତାଙ୍କ ମୁଣ୍ଡକୁ ହାତୁଡାରେ ପିଟି ଦେଇଥିଲା। ଏହାପରେ ଭାଇ ଅନୁରାଗ ଓ ତା’ର ୩ ସନ୍ତାନଙ୍କୁ ହତ୍ୟା କରିଥିଲା। ପୋଲିସର କହିବା ଅନୁସାରେ, ପୁରା ଘଟଣା ଜମିଜମା ବିବାଦ, ଋଣ ପରିଶୋଧ କରିବାକୁ ନେଇ ମୁଖ୍ୟ କାରଣ ଥିଲା। ଋଣ ପରିଶୋଧ କରିବାକୁ ଅଜିତର ଭାଉଜ ଜମି ବିକ୍ରି କରିବାକୁ ଚାହୁଁଥିଲେ। ଅଜିତ ଏହାକୁ ବିରୋଧ କରୁଥିଲା। ସେ ଭାବୁଥିଲା ତା’ ପ୍ରତି ଅନ୍ୟାୟ ହେଉଛି। ପୋଲିସର କହିବା ଅନୁସାରେ, ହତ୍ୟାକାଣ୍ଡରେ ଏପର୍ଯ୍ୟନ୍ତ ଅଜିତ ଛଡା ଆଉ କେହି ସମ୍ପୃକ୍ତ ଥିବାର ଜଣାପଡିନି। ଅଜିତ ନିଜେ ସମସ୍ତଙ୍କୁ ମାରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.