ଭୁବନେଶ୍ୱର ୨୪/୦୫: ବିଜେପି କେନ୍ଦ୍ରୀୟ ନେତାଙ୍କ ଫୋକସ୍ରେ ଓଡ଼ିଶା। ଏଥିପାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କ ପାଇଁ ହେଭିୱେଟ୍ ନେତା କ୍ୟାମେନିଂ କରୁଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ପୂର୍ବରୁ ଅନେକ ନେତା ଓଡ଼ିଶା ଆସି ପ୍ରଚାର କରିସାରିଲେଣି। ତେବେ ଆସନ୍ତାକାଲି ଅର୍ଥାତ ଶନିବାର ଦିନ ସ୍ମୃତି ଇରାନି ଓଡିଶା ଆସୁଛନ୍ତି। ସେ ପାରାଦୀପ କୁଜଙ୍ଗ, ଅଳି, ରେମୁଣାଠାରେ ସାଧାରଣ ସଭାରେ ଯୋଗ ଦେଇ ପ୍ରଚାର ପ୍ରସାର କରିବା କାର୍ଯ୍ୟକ୍ରମ ରହିଛି।
ଭାରତୀୟ ଜନତା ପାର୍ଟି ମା'ମାନଙ୍କ ପାଇଁ ସୁଭଦ୍ରା ଯୋଜନା କରିଛି। ଭରତୀୟ ଜନତା ପାର୍ଟି ସରକାରକୁ ଆସିଲେ ମା ମାନଙ୍କୁ ମିଳିବ ୫୦ ହଜାର ଟଙ୍କା ଦିଆଯିବ। ସବୁ ମା ମାନଙ୍କ ପାଖକୁ ୫୦ ହଜାର ଟଙ୍କା ଲେଖାଏଁ ଯିବ । ଏ ବିଜୁ ଜନତା ଦଳ ସରକାର ମିଶନ ସକ୍ତି ମା'ମାନଙ୍କୁ ଶାସକ୍ତ କରିବାରେ ବିଫଳ ହୋଇଛି ` ଏହାକୁ ଅଟଳ ବିହାରୀ ବାଜପେୟୀ ଆରମ୍ଭ କରିଥିଲେ ` ମା ମାନଙ୍କ ନାଁରେ ଏଠାରେ ବାବୁ ମାନେ ଲୁଟିଲେ ମା ମାନଙ୍କୁ ସ୍ବାବଲମ୍ବୀ କରି ପାରିଲେ ନାହିଁ । ଏହି ସୁଭଦ୍ରା ଯୋଜନାର ପ୍ରଚାର କରିବା ପାଇଁ ଆସନ୍ତାକାଲି ଆସୁଛନ୍ତି ସ୍ମୃତି ଇରାନୀ। ଏଥିସହ ସମସ୍ତ ଲୋକସଭାରେ ପ୍ରଚାରରେ ମା' ମାନଙ୍କୁ ସୁଭଦ୍ରା ଯୋଜନା ସମ୍ବନ୍ଧରେ ବୁଝାଇବେ। ଓଡ଼ିଶାର କୋନାନୁକୋଣରେ ତାଙ୍କ ଗସ୍ତ ନିଶ୍ଚିନ୍ତ ଭାବେ ପ୍ରଭାବ ପକାଇବ। ଭରତୀୟ ଜନତା ପାର୍ଟିକୁ ୪ର୍ଥ ନିର୍ବାଚନରେ ଏହା ସହାୟକ ହେବ। ଓଡ଼ିଶାରେ ସୁଭଦ୍ରା ଯୋଜନାକୁ କ୍ରିୟାଶୀଳ କରାଇବାରେ ସାହାଯ୍ୟ କରିବ। ଏହି ଗସ୍ତ ଭରତୀୟ ଜନତା ପାର୍ଟିକୁ ଏଠି ପୂର୍ଣ୍ଣ ବହୁମତରେ ସରକାର୍ କରିବା ପାଇଁ ସହାୟକ ହେବ।