ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଚାଲିଛି ମହାପ୍ରଭୁଙ୍କ ସ୍ନାନମଣ୍ଡପ ନୀତିକାନ୍ତି, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ

ପୁରୀ, ୨୨।୬: ବିଶ୍ୱନିୟନ୍ତାଙ୍କ ପବିତ୍ର ସ୍ନାନଯାତ୍ରା । ଚାଲିଛି ମହାପ୍ରଭୁଙ୍କ ସ୍ନାନମଣ୍ଡପ ନୀତିକାନ୍ତି । ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିରେ ଭକ୍ତମୟ ପରିବେଶ ।  ମଙ୍ଗଳାର୍ପଣ ପରେ ଭୋର ୫ଟାରୁ ଆରମ୍ଭ ହୋଇଛି ମଙ୍ଗଳ ଆରତି ।  ଭାଇଭଉଣୀଙ୍କୁ ଧରି ସ୍ନାନବେଦୀରେ ମହାପ୍ରଭୁ । ଧାଡ଼ି ପହଣ୍ଡିରେ ଆସି ସ୍ନାନ ବେଦୀରେ ବିରାଜିଲେ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ଗଜାନନ ବେଶରେ ଦର୍ଶନ ଦେବେ ଚତୁର୍ଥା ବିଗ୍ରହ । ମଧ୍ୟାହ୍ନ ୧୨ଟା ୨୦ରୁ ୧ଟା ୪୫ରେ ଜଳ ବିଜେ । ୩ଟା ୪୦ରୁ ହାତି ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ରାତି ୧୦ଟାରେ ହାତି ବେଶ ଓଲାଗି । । ଅପରାହ୍ନ ୩ଟାରେ ଛେରା ପହଁରା ନୀତି । ସାଢ଼େ ୧୧ରୁ ୨ ମଧ୍ୟରେ ବାହୁଡ଼ା ପହଣ୍ଡି ନୀତି । ସ୍ନାନ ବେଦୀରେ ବିରାଜିଲେ କାଳିଆ ସାଆନ୍ତ । 

WATCH LIVE : ସ୍ନାନ ପୁର୍ଣିମା ସିଧାପ୍ରସାରଣ ପୁରୀରୁ | ପ୍ରଥମ ଥର ପାଇଁ ପ୍ରମେୟ ଓଡ଼ିଆରେ | Prameya Odia

ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷା । ଶ୍ରୀକ୍ଷେତ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ବ୍ୟବସ୍ଥାରେ ୬୮ ପ୍ଲାଟୁନ ପୋଲିସ । ୭ଟା ୩୦ରୁ ରାତି ୧୦ଟା ୩୦ ସାହାଣ ମେଲା ଦର୍ଶନ । ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା । 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.