ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପୁଅ ଜନ୍ମର କିଛି ଘଣ୍ଟା ପରେ ଆଖିବୁଜିଲା ବାପା, ସନ୍ଦେହ ଜନକ ଅବସ୍ଥାରେ ଠାବ ହେଲା ମୃତଦେହ

ଜଗତସିଂହପୁର ୨୭/୦୧: ନବଜାତ ଶିଶୁପୁତ୍ର ଜନ୍ମ ହେବାର କିଛି ସମୟ ପରେ ସେହି ହସ୍ପିଟାଲରେ ବାପାର ସନ୍ଦେହ ଜନକ ମୃତ୍ୟୁ। ଏହି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଜଗତସିଂହପୁରରେ ଥିବା ଏକ ଘରୋଇ ହସ୍ପିଟାଲରେ ଦୁଃଖଦ ଘଟଣା ଘଟିଥିବା ଜଣାପଡିଛି।

ସୂଚନା ମୁତାବିକ, ଜଗତସିଂହପୁର ବାଲିକୁଦା ଥାନା ବରଗୁଡି ପଡା ଗାଁର ଅରକ୍ଷିତ ବେହେରାଙ୍କ ସ୍ତ୍ରୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ  ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକ ନେଇ ଥିଲେ । ହେଲେ କୌଣସି କାରଣରୁ ସେ ପ୍ରସୂତିଙ୍କୁ ସରକାରୀ ଚିକିତ୍ସାଳୟରୁ ନେଇ ଶୁକ୍ରବାର ନିକଟସ୍ଥ ଏକ ଘରୋଇ ନର୍ସିଂ ହୋମରେ ଆଡିମିଶନ କରିଥିଲେ ।  ସେହି ଘରୋଇ ନର୍ସିଂ ହୋମରେ ତାଙ୍କ ସ୍ତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ମାଆ ଓ ନବଜାତ ଶିଶୁ ସୁସ୍ଥ ଥିବା ବେଳେ ରାତିରେ ନର୍ସିଂ ହୋମ ତଳ ଘରେ ଅନ୍ୟ ରୋଗୀଙ୍କ ଆଟେନାଣ୍ଟଙ୍କ ସହିତ ଅରକ୍ଷିତ ବିଶ୍ରାମ ନେଇଥିଲେ । ହେଲେ ସକାଳକୁ ଅରକ୍ଷିତଙ୍କର ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରକୁ ଅଣା ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ନର୍ସିଂ ହୋମ ଆଗରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ଜଗତସିଂହପୁର ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ହେଲେ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.