ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ବିବାହକୁ ନେଇ ମୁହଁ ଖୋଲିଲେ ସୋନାକ୍ଷୀ..କହିଲେ ମୋ ବିବାହ କାହାର ବ୍ୟକ୍ତିଗତ ମାମଲା ନୁହେଁ...

ମୁମ୍ବାଇ  ୧୩/୦୬: ଖୁବ୍‌ଶୀଘ୍ର ପୁରୁଷ ବନ୍ଧୁ ଜହିର ଇକବାଲଙ୍କୁ ବିବାହ କରିପାରନ୍ତି ଅଭିନେତ୍ରୀ ସୋନାକ୍ଷୀ  ସିହ୍ନା । ଗଣମାଧ୍ୟମରେ  ଏହି ଚର୍ଚ୍ଚା ଜୋର ଧରିଥିବାବେଳେ ସୋନାକ୍ଷୀଙ୍କ ବିବାହକୁ ନେଇ ବାପା ଶତ୍ରୁଘ୍ନ ସିହ୍ନା ପ୍ରତିକ୍ରିୟା ରଖଛନ୍ତି । ସେ କହିଛନ୍ତି,  ସୋନାକ୍ଷୀ ତାଙ୍କୁ ବିବାହ ବିଷୟରେ କିଛି ଜଣାଇ ନାହାନ୍ତି । 

ସେହିପରି ସୋନାକ୍ଷୀଙ୍କ ଭାଇ ଲବ ମଧ୍ୟ କହିଛନ୍ତି, ଏ ବିଷୟରେ ସେ କିଛି ଜାଣନ୍ତି ନାହିଁ । ଏବେ ଏହି ଗୁଜବ ଉପରୁ ସୋନାକ୍ଷୀ ନିଜେ ପରଦା ଉଠାଇଛନ୍ତି । ଏକ ଗଣମାଧ୍ୟମ  ସହ ବାର୍ତ୍ତାଳାପରେ ସେ  କହିଛନ୍ତି ‘ପ୍ରଥମତଃ ମୋ ବିବାହ କାହାର ବ୍ୟକ୍ତିଗତ  ମାମଲା ନୁହେଁ । ଦ୍ୱିତୀୟରେ ଏହା ମୋର ପସନ୍ଦ । ମୁଁ ବୁଝିପାରୁନି ଲୋକେ କାହିଁକି ଏହାକୁ ନେଇ ଏତେ ଚିନ୍ତିତ । ମୋ ମା’ବାପାଙ୍କଠୁ ଅଧିକ ଲୋକେ ମୋତେ ମୋ ବିବାହ ବିଷୟରେ ପଚାରୁଛନ୍ତି । ଏବେ ଏହା ମୋର ଦେହସୁହା ହୋଇଗଲାଣି । ଏ ନେଇ ମୁଁ ଆଦୌ ଚିନ୍ତିତ ନୁହେଁ । ଲୋକେ ଏ  ବିଷୟରେ ଜାଣିବାକୁ ଖୁବ୍‌ ଆଗ୍ରହୀ । ଆମେ କ’ଣ ବା କରିପାରିବା?’ ସୋନାକ୍ଷୀ ଓ ଜହିରଙ୍କ ବିବାହ ଆସନ୍ତା ୨୩ ତାରିଖରେ ହେବ ବୋଲି  ନିକଟରେ ଏକ ଜାତୀୟ ଗଣମାଧ୍ୟମ ପ୍ରକାଶ କରିଥିଲା । ସେବେଠୁ  ଉଭୟଙ୍କ ବିବାହକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ  ପାଉଛି । 

ରିପୋର୍ଟ ଅନୁସାରେ, ଅତି ଘନିଷ୍ଠ ବନ୍ଧୁ, ପରିବାର ସଦସ୍ୟ  ଓ ‘ହୀରାମଣ୍ଡି’ ୱେବ୍‌ସିରିଜ୍‌ର କଳାକାରଙ୍କୁ ସୋନାକ୍ଷୀଙ୍କ ବିବାହରେ  ଯୋଗ ଦେବାକୁ ନିମନ୍ତ୍ରଣ ମିଳିଛି । ମୁମ୍ବାଇରେ ବିବାହ ଉତ୍ସବ ଅନୁଷ୍ଠିତ  ହେବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ୨୦୨୦ ମସିହାରୁ ସୋନାକ୍ଷୀ-ଜହିର ପରସ୍ପରକୁ ଡେଟ୍‌ କରୁଛନ୍ତି । ଫିଲ୍ମ ‘ଡବଲ୍‌ ଏକ୍ସଏଲ୍‌’ରେ ଉଭୟ  ସ୍କ୍ରିନ୍‌ ଶେୟାର କରିଥିଲେ । ଗତ ବର୍ଷ ‘ଜୋଡ଼ି ବ୍ଲକ୍‌ବଷ୍ଟର’ ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ଉଭୟ ନଜର ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.