ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ସୋନାକ୍ଷୀ-ଜହିରଙ୍କ ବିବାହକୁ ବିରୋଧ, ପୋଷ୍ଟର ଛପାଇ ଧମକ ଦେଲେ ହିନ୍ଦୁ ଶିବଭବାନୀ ସେନାର କାର୍ଯ୍ୟକର୍ତ୍ତା

ମୁମ୍ବାଇ ୨୫/୦୬: ଗତ ୨୩ ତାରିଖରେ ପ୍ରେମିକ ଜହିର ଇକବାଲଙ୍କୁ ବିବାହ କରିଛନ୍ତି ଦବଙ୍ଗ ସୋନାକ୍ଷୀ ସିହ୍ନା । ପୂର୍ବରୁ ଶତ୍ରୁଘ୍ନ ସିହ୍ନା ଉଭୟଙ୍କ ବିବାହକୁ ବିରୋଧ କରୁଥିଲେ । କିନ୍ତୁ ପରେ ସୋନାକ୍ଷୀଙ୍କ ନିଷ୍ପତ୍ତିରେ ରାଜି ହେଲେ । ଏବେ ନବଦମ୍ପତିଙ୍କ ବିବାହକୁ ନେଇ ବିବାଦ ଉପୁଜିଛି । ବିହାରର ହିନ୍ଦୁ ଶିବଭବାନୀ ସେନାର କାର୍ଯ୍ୟକର୍ତ୍ତା ସୋନାକ୍ଷୀ-ଜହିରଙ୍କ ବିବାହକୁ ଲଭ୍‌ ଜିହାଦ ସହ ଯୋଡ଼ି ଧମକ ଦେଇଛନ୍ତି, ଯଦି ଶତ୍ରୁଘ୍ନ ସିହ୍ନା ଝିଅ ସୋନାକ୍ଷୀଙ୍କ ବିବାହ ଉପରେ ପୁନର୍ବିଚାର ନ କରିବେ ତେବେ ତାଙ୍କୁ ବିହାରରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ।

ଶିବଭବାନୀ ସେନାର ସଦସ୍ୟ ଲବ କୁମାର ସିଂହ ଓରଫ୍‌ ରୁଦ୍ର ଏକ ପୋଷ୍ଟର ଛପାଇଛନ୍ତି । ଏଥିରେ ସେ ସୋନାକ୍ଷୀଙ୍କୁ ବିହାରରେ ପ୍ରବେଶ କରିବାକୁ ଦେବେନାହିଁ ବୋଲି ଲେଖି ଧମକ ଦେଇଛନ୍ତି । ପୋଷ୍ଟର୍‌ରେ ଉଲ୍ଲେଖ ହୋଇଛି, ସୋନାକ୍ଷୀ ଓ ଜହିର ଲଭ୍‌ ଜିହାଦକୁ ପ୍ରୋତ୍ସାହିତ କରୁଛନ୍ତି । ସାରା ଦେଶକୁ ଇସ୍‌ଲାମୀକରଣ କରିବାକୁ ଚେଷ୍ଟା ହେଉଛି । ଶତ୍ରୁଘ୍ନ ବିବାହ ନିଷ୍ପତ୍ତି ଉପରେ ପନର୍ବିଚାର କରନ୍ତୁ । ଅନ୍ୟଥା, ନିଜ ପୁଅ ଲବ, କୁଶ ଓ ନିଜ ଘର ରାମାୟଣାର ନାମ ତୁରନ୍ତ ବଦଳାନ୍ତୁ । ଏହା ଦ୍ୱାରା ହିନ୍ଦୁ ଧର୍ମର ଅପମାନ ହେଉଛି । 

ପୋଷ୍ଟର୍‌ରେ ଆହୁରି ଉଲ୍ଲେଖ ହୋଇଛି, ହିନ୍ଦୁ ଧର୍ମକୁ ଦୁର୍ବଳ କରିବା ଓ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ସୋନାକ୍ଷୀଙ୍କ ବିବାହ ପ୍ରେମ ନାଁରେ ଧାର୍ମିକ ଷଡ୍‌ଯନ୍ତ୍ର ଓ ଅବୈଧ ଧର୍ମାନ୍ତରଣ । ବିବାହ ପୂର୍ବରୁ ଜହିରଙ୍କ ବାପା ଇକବାଲ ରତ୍ନାସୀ ସ୍ପଷ୍ଟ କରିଥିଲେ ଯେ ସୋନାକ୍ଷୀ ବିବାହ ପରେ ଇସ୍‌ଲାମ ଧର୍ମ ଗ୍ରହଣ କରିବେ ନାହିଁ । ଗତ ରବିବାର ଜହିର-ସୋନାକ୍ଷୀ ରେଷ୍ଟିଜର ମ୍ୟାରେଜ୍‌ କରିବା ପରେ ରାତିରେ ମୁମ୍ବାଇର ଦାଦର ସ୍ଥିତ ବାଷ୍ଟିୟନ୍‌ ରେସ୍ତୋରାଁରେ ପ୍ରୀତି ଭୋଜନ ଦେଇଥିଲେ । ଏଥିରେ ସିନେ ଦୁନିଆର ତମାମ ତାରକା ନଜର ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.