ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

‘ଆମେ ଦେଶର ବିକାଶରେ ନୂଆ ଅଧ୍ୟାୟ ଲେଖିବା ପାଇଁ ପ୍ରସ୍ତୁତ’, ସିଡବ୍ଲୁସି ବୈଠକ ପୂର୍ବରୁ କହିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୬।୯:  କଂଗ୍ରେସ ଓ୍ବାର୍କିଂ କମିଟିର ହାଇଦ୍ରାବାଦରେ ହେବାକୁ ଯାଉଛି  ବୈଠକ। ଏହା ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଇଛନ୍ତି ପ୍ରତିକ୍ରିୟା । ସେ କହିଛନ୍ତି, କଂଗ୍ରେସ ପାର୍ଟି ତେଲେଙ୍ଗାନା ଓ ଦେଶର ଲୋକଙ୍କ ସମ୍ମାନ ରଧା କରିବା ପାଇଁ ବିକାଶର ଏକ ନୂଆ ଅଧ୍ୟାୟ ଲେଖିବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି। କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ ତାଙ୍କର ଏହି ମେସେଜ୍ ସୋସିଆଲ ମିଡିଆ ସାଇଟ୍ ଏକ୍ସ(ପୂର୍ବର ଟ୍ବିଟର)ରେ ସେୟାର କରିଛନ୍ତି।

ନିଜ ବାର୍ତ୍ତାରେ ସୋନିଆ କହିଛନ୍ତି , ତାଙ୍କ ଦଳ ସବୁବେଳେ ତେଲେଙ୍ଗାନାର ଲୋକଙ୍କ ଆକାଂକ୍ଷା ସହିତ ଠିଆ ହୋଇଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କହିଛନ୍ତି, ଆମେ ପୂର୍ବରୁ ତେଲେଙ୍ଗାନାର ଲୋକଙ୍କୁ ପ୍ରତିଶୃତି ଦେଇଥିଲୁ। ଆମେ ସେ ପ୍ରତିଶୃତି ପୂରଣ କରିଛୁ। କଂଗ୍ରେସ ସବୁବେଳେ ତେଲେଙ୍ଗାନାର ଲୋକଙ୍କ ସହିତ ରହିଛି। ଏବେ ରାଜ୍ୟକୁ ପ୍ରଗତି ଓ ସମୃଦ୍ଧିର ଏକ ନୂଆ ଯୁଗକୁ ନେଇ ଯିବାର ସମୟ ଆସିଯାଇଛି। କଂଗ୍ରେସ ଓ୍ବାର୍କଂ କମିଟିର ତେଲେଙ୍ଗାନା ଓ ଆମ ଦେଶର ସବୁ ଲୋକଙ୍ କସମ୍ମାନ ସହିତ ବିକାଶର ଏକ ନୂଆ ଅଧ୍ୟାୟ ଲେଖିବାକୁ ଯାଉଛି।’

ସିଡବ୍ଲୁସି ମିଟିଂ ପୂର୍ବରୁ ଖଡଗେ କହିଛନ୍ତି, କଂଗ୍ରେସ ନିଜର ରାଜନୈତିକ ଫିଲୋସଫି ଅନୁସାରେ ପାର୍ଟିକୁ ବିଜୟ ଆଡକୁ ନେଇଯିବ ଓ ସିଡବ୍ଲୁସିର ଏହି ନୀତି ଦ୍ବାରା ପାର୍ଟି ବିଜୟ ଆଡକୁ ଯିବ ଓ ଦେଶର ଲୋକଙ୍କ ଭବିଷ୍ୟତକୁ ମଜବୁତ କରିବାର ରୋଡମ୍ୟାପ୍ ପ୍ରସ୍ତୁତ କରିବ। ସେ କହିଛନ୍ତି, କଂଗ୍ରେସ ଆମର ମହାନ ରାଷ୍ଟ୍ରରେ ଲୋକତନ୍ତ୍ର, ସାମାଜିକ ନ୍ୟାୟ, ପ୍ରଗତି ଓ ସମାନତା ପାଇଁ ସଂଘର୍ଷ କରିଛି। ଖଡଗେ କହିଛନ୍ତି, ଆମେ ରାଷ୍ଟ୍ରୀୟ ଅଖଣ୍ଡତା ଓ ବିବିଧତାରେ ଏକତା ପାଇଁ ଲଡିବା ଜାରି ରଖିବ।

Sonia Gandhi
congress
PrameyaOdia

Copyright © 2022 - Summa Real Media Private Limited. All Rights Reserved.