ପ୍ରମୂଖ ଖବର

ମୁଖ୍ୟ କୋଚକୁ ନେଇ ବିସିସିଆଇକୁ ପରାମର୍ଶ ଦେଲେ ସୌରଭ ଗାଙ୍ଗୁଲୀ, ଜାଣନ୍ତୁ ଗମ୍ଭୀରଙ୍କ ସହ ରହିଛି କ’ଣ କନେକ୍ସନ ?

ନୂଆଦିଲ୍ଲୀ, ୩୦/୫ :  ଟିମ୍ ଇଣ୍ଡିଆର ଆଗାମୀ ମୁଖ୍ୟ କୋଚକୁ ନେଇ ଏବେ ପର୍ଯ୍ୟନ୍ତ କୌଣସି ନାଁ ଉପରେ ମୋହର ମାରି ନାହାନ୍ତି । ମାତ୍ର, କିଛି ରିପୋର୍ଟ୍ସରେ ଏହା କୁହାଯାଇଛି କି କେକେଆରର କୋଚ୍ ଏବଂ ପୂର୍ବତନ ଭାରତୀୟ ମହାନ ବ୍ୟାଟର ଗୌତମ ଗମ୍ଭୀରଙ୍କ ଏହି ପଦରେ ନିଯୁକ୍ତ ହେବ ସୁନିଶ୍ଚିତ । କିନ୍ତୁ ବିସିସିଆଇ ତରଫରୁ ଏହାକୁ ନେଇ ଏବେ କୌଣସି ସୂଚନା ଦିଆଯାଇ ନାହିଁ । ଏହା ମଧ୍ୟରେ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରବ ଗାଙ୍ଗୁଲୀ ବୋର୍ଡ଼କୁ ଏକ ଖାସ୍ ପରାମର୍ଶ ଦେଇଛନ୍ତି । ପ୍ରକାଶ ଯେ, ଟିମ୍ ଇଣ୍ଡିଆ ବର୍ତ୍ତମାନର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଜୁନରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ବକପ ୨୦୨୪ସହ ଶେଷ ହେବ ।

ପୂର୍ବତନ ଭାରତୀୟ ଅଧିନାୟକ ଏବଂ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍ ଚୟନକୁ ନେଇ ଏକ ପରାମର୍ଶ ବୋର୍ଡ଼କୁ ଦେଇଛନ୍ତି । ସେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି କି , ‘କାହାର ଜୀବନରେ କୋଚର ମହତ୍ବ, ତାଙ୍କର ମାର୍ଗଦର୍ଶନ ଏବଂ ବାରମ୍ବାର ଟ୍ରେନିଂ କୌଣସି ବ୍ୟକ୍ତିଙ୍କୁ ଭବିଷ୍ୟତର ଆକାର ଦେଇଥାଏ । ସେ ମଇଦାନରେ ହଉ କିମ୍ବା ବାହାରେ । ଏଥିଲାଗି କୋଚ୍ ଏବଂ ସଂସ୍ଥାନର ଚୟନ ସଠିକ୍ ଭାବେ କରନ୍ତୁ...’ । ଗାଙ୍ଗୁଲୀଙ୍କ ଏହି ପୋଷ୍ଟରେ କେତେକ ଲୋକ ରିଆକ୍ଟ କରୁଛନ୍ତି ମଧ୍ୟ । 

ପ୍ରକାଶ ଯେ, ସୌରବ ଗାଙ୍ଗୁଲୀଙ୍କ ଏହି ପୋଷ୍ଟକୁ ୟୁଜର୍ସ ଗୌତମ ଗମ୍ଭୀରଙ୍କ ସହ ଯୋଡ଼ୁଛନ୍ତି । ଜଣେ ୟୁଜର ଲେଖିଛନ୍ତି କି, ଏହା ଗମ୍ଭୀରଙ୍କ ଭାରତୀୟ କୋଚ୍ ରୂପରେ ନିଯୁକ୍ତି ବିପକ୍ଷରେ ଏକ ଟ୍ବିଟ ଲାଗୁଛି । ଏହାସହ ସେ ନିଜ ହୋମ ଟାଉନ ଆଇପିଏଲ୍ ଜିତିବା ଉପରେ ଶୁଭେଚ୍ଛା ଦେବା ଲାଗି ଗୋଟିଏ ବି ଟ୍ବିଟ କରିନାହାନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.