ଭୁବନେଶ୍ୱର ୦୮/୦୬: ଓଡ଼ିଶା ପାଇଁ ଖୁସି ଖବର। ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ପ୍ରବେଶ କରିଛି। ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରୀୟ ହୋଇଛି। ଏହା ଫଳରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ଥିବାବେଳେ ଆଗାମୀ ୨ରୁ ୩ ଦିନ ଭିତରେ ସାରା ଓଡ଼ିଶାକୁ ପ୍ରବେଶ କରିବ ବୋଲି ଆକଳନ କରାଯାଇଛି। ଏନେଇ ଆଞ୍ଚିଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି।
Southwest #Monsoon has set in over Odisha today, the 08th June 2024. pic.twitter.com/oB4Fnvz8Gk
— Meteorological Centre, Bhubaneswar (@mcbbsr) June 8, 2024