ପ୍ରମୂଖ ଖବର

ସୌଭିକ ବିଶ୍ଵାଳଙ୍କ ସମ୍ପତ୍ତି ସମ୍ପର୍କିତ ଭୁଲ୍ ତଥ୍ୟ ଦେଇଛି ଏଡିଆର ସଂସ୍ଥା, ଏହାକୁ ଖଣ୍ଡନ କଲେ ଚୌଦ୍ଵାର ବିଧାୟକ

କଟକ, ୦୨/୦୬ : କଟକ ଚୌଦ୍ଵାର ବିଧାୟକ ସୌଭିକ ବିଶ୍ଵାଳଙ୍କ ସମ୍ପତ୍ତି ସମ୍ପର୍କିତ ଭୁଲ୍ ତଥ୍ୟ ଦେଇଛି ଏଡିଆର ସଂସ୍ଥା। ସାମ୍ବାଦିକ ସମ୍ମିଳନୀ କରି ଏଡିଆର ରିପୋର୍ଟକୁ ଖଣ୍ଡନ କଲେ ସୌଭିକ୍। ୨୦୧୯ ତୁଳନାରେ ସୌଭିକ୍‌ଙ୍କ ସମ୍ପତ୍ତି ୨୩ ଗୁଣ ବଢିଥିବା ଦର୍ଶାଇଥିଲା ଏଡିଆର ସଂସ୍ଥା। ତେବେ ସୌଭିକଙ୍କ କହିବା କଥା ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ଯାହାବି ବଢିଛି ତାହା ଜମି ଓ ସୁନାର ମୂଲ୍ୟ ଯୋଗୁଁ ବଢିଛି। 

୨୦୧୯ ସତ୍ୟପାଠରେ ସୌବିକ୍ ମୋଟ ସମ୍ପତ୍ତିର ମୂଲ୍ୟ ୨୦ଲକ୍ଷ ୬୮ହଜାର ୮ଶହ ଟଙ୍କା ଦର୍ଶାଇଥିଲେ। ୨୦୨୪ ସତ୍ୟପାଠ ଅନୁସାରେ ସେହି ସମ୍ପତ୍ତିର ମୂଲ୍ୟ ୫୨ଲକ୍ଷ ୬୩ହଜାର ୬ଶହ ୬୮ଟଙ୍କା ଦର୍ଶାଇଥିଲେ। ସେହିପରି ୨୦୨୨ଜୁଲାଇ ୧ତାରିଖରେ ନିଜ ପୈତୃକ ଘରର ତୃତୀୟ ମହଲା ନିର୍ମାଣ ପାଇଁ ସେ ୧ କୋଟି ୧୫ଲକ୍ଷ ଟଙ୍କା ଋଣରେ ଆଣିଥିବା କଥା ଏଡିଆର ନିଜ ରିପୋର୍ଟରେ ଦର୍ଶାଇ ନଥିବା ସୈାଭିକ କହିଛନ୍ତି। ସେହିପରି ତାଙ୍କ ସମ୍ପତ୍ତି ସହ ତାଙ୍କର ବାପାଙ୍କ ସମ୍ପତ୍ତିକୁ ମିଶାଇ ଓ ଋଣ ପରିମାଣକୁ ନମିଶାଇ ଏଡିଆର ସମ୍ପୂର୍ଣ୍ଣ ଭୁଲ ଓ ଭ୍ରମାତ୍ମକ ରିପୋର୍ଟ ଗଣମାଧ୍ୟମକୁ ଦେଇଥିବା ସୌଭିକ କହିଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.