ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରୀକୃଷ୍ଣ ଜନ୍ମଭୁମି ବିବାଦ ମାମଲାରେ ମସଜିଦ୍ କମିଟିକୁ ସୁପ୍ରିମକୋର୍ଟଙ୍କ ଝଟକା, ଆବେଦନ ଖାରଜ...

ନୂଆଦିଲ୍ଲୀ: ମଥୁରା ସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୁମି ବିବାଦରେ ମସଜିଦ କମିଟିର ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ପ୍ରକୃତରେ, ଆହ୍ଲାବାଦ ହାଇକୋର୍ଟଙ୍କ ଏକ ଆଦେଶକୁ ଚ୍ୟାଲେଞ୍ଜ କରି ମସଜିଦ କମିଟି ଦ୍ୱାରା ଏହି ଆବେଦନ କରାଯାଇଥିଲା । ଏହି ଆବେଦନରେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରାଯାଇଛି, ଯେଉଁଥିରେ ବିବାଦ ସହ ଜଡିତ ୧୫ ଟି ମାମଲାର ଶୁଣାଣି କରିବାକୁ କୁହାଯାଇଛି। ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ, ଏହି ସବୁ ମାମଲା ସମାନ ପ୍ରକାରର ଏବଂ ସମାନ ପ୍ରମାଣ ଆଧାରରେ ଏହାର ନିଷ୍ପତ୍ତି ନିଆଯିବା ଆବଶ୍ୟକ । ଏହି କାରଣରୁ, କୋର୍ଟର ସମୟ ବଞ୍ଚାଇବାକୁ, ଏହି ସମସ୍ତ ମାମଲାର ଶୁଣାଣି ଏକାଠି କରିବା ଭଲ । 

ମଥୁରା ଶ୍ରୀକୃଷ୍ଣ ଜନ୍ମାଭୁମି-ଶାହି ଇଦଗାହ ମସଜିଦ ବିବାଦକୁ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ବିରୋଧରେ ମସଜିଦ କମିଟି ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ବନ୍ଦ କରିଛନ୍ତି । ଏଥିସହ ସୁପ୍ରିମକୋର୍ଟ ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ନିକଟକୁ ଯିବାକୁ ଅନୁମତି ଦେଇଛନ୍ତି । ସୂଚନାଥାଉକି, ଯେ ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଛି ଯେଉଁଥିରେ ହାଇକୋର୍ଟ ଏହି ବିବାଦ ସହ ଜଡିତ ୧୫ ଟି ମାମଲାକୁ ଏକାଠି କରି ଏକତ୍ର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.