ଦିଗପହଣ୍ଡି, ୨୮/୦୬ : ସ୍କୁଲ ସମ୍ମୁଖରେ ଛୁରାମାଡ଼। ଛାତ୍ରଙ୍କୁ ଛୁରୀ ଭୁସିଲେ ଆଉ ଜଣେ ଛାତ୍ର। ପାଟପୁର ଥାନା ରଘୁନାଥ ହାଇସ୍କୁଲରେ ୨ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗୁରୁତର ଅବସ୍ଥାରେ ଛାତ୍ର ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, ପାଟପୁର ଥାନା ରଘୁନାଥ ହାଇସ୍କୁଲର ୨ ଜଣ ନବମ ଶ୍ରେଣୀଙ୍କ ଛାତ୍ରଙ୍କ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ହୋଇଥିଲା। ପୁରୁଣା ରାଗ ରଖି ଆଜି ସ୍କୁଲ ସମ୍ମୁଖରେ ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ର ଉପରକୁ ଛୁରାମାଡ଼ କରିଛି। ଛାତ୍ର ଜଣଙ୍କ ଗୁରୁତର ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।