ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିନିକିଆରୁ ବିରତି ନେଇ ଫ୍ରାଞ୍ଚାଇଜ କ୍ରିକେଟ୍‌ ଖେଳିବେ ମିଚେଲ ଷ୍ଟାର୍କ

ଚେନ୍ନାଇ,୨୮/୦୫: କୋଲକାତା ନାଇଟ ରାଇଡର୍ସ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମିଚେଲ ଷ୍ଟାର୍କ ଆସନ୍ତା ବର୍ଷ ପୁଣି ଥରେ ଆଇପିଏଲ୍‌ ଖେଳିବାକୁ ଆଗ୍ରହୀ ଥିବା ସ୍ପଷ୍ଟ କରିଦେଇଛନ୍ତି । ଏପରିକି ଦିନିକିଆ କ୍ରିକେଟ୍‌ରୁ ବିରତି ନେଇ ଆଗାମୀ ଦିନରେ  ଅନ୍ୟାନ୍ୟ ଟି-ଟ୍ୱେଣ୍ଟି ଲିଗ୍‌ ଖେଳିବାକୁ ସେ ମନ  ବଳାଇଛନ୍ତି । 

ଷ୍ଟାର୍କ କହିଛନ୍ତି, ଗତ ୯ବର୍ଷ ହେଲା  ମୁଁ ଅଷ୍ଟ୍ରେଲିଆ କ୍ରିକେଟ୍‌କୁ ପ୍ରାଥମିକତା ଦେଇ  ଆସିଛି । ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଗୁରୁତ୍ୱ ଦେଇ ଫ୍ରାଞ୍ଚାଇଜ କ୍ରିକେଟ୍‌ରୁ ଦୂରେଇ ରହିଛି । ବର୍ତ୍ତମାନ ମୁଁ କ୍ୟାରିୟର୍‌ର ଅନ୍ତିମ ପର୍ଯ୍ୟାୟରେ ଉପନୀତ । ବେଶୀ ଦିନ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବା ସମ୍ଭାବନା ନାହିଁ । ଅବସର ସମୟ ପାଖେଇ ଆସୁଛି । ତେଣୁ ପରବର୍ତ୍ତୀ ଦିନିକିଆ ବିଶ୍ୱକପ୍‌ ପାଇଁ ଢେର ସମୟ ରହିଛି । ତେଣୁ ବର୍ତ୍ତମାନ ମୁଁ ଦିନିକିଆ କ୍ରିକେଟ୍‌ରୁ ନିଜକୁ ଦୂରେଇ ରଖି  ଫ୍ରାଞ୍ଚାଇଜ୍‌ କ୍ରିକେଟ୍‌ ଖେଳିବାକୁ ଚିନ୍ତା କରୁଛି । ମୋ  ପାଇଁ ଫ୍ରାଞ୍ଚାଇଜ କ୍ରିକେଟ୍‌ର ଅର୍ଥ ଆଇପିଏଲ୍‌ । ଏହି ସିଜନକୁ ମୁଁ ମନ ଭରି ଉପଭୋଗ କରିଛି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପୂର୍ବରୁ ଉପଯୁକ୍ତ ଅଭ୍ୟାସ ପାଇଛି । ଆଶା କରୁଛି ଆସନ୍ତା ସିଜନରେ  ମଧ୍ୟ ଆଇପିଏଲ ଖେଳିବି । ନାଇଟ୍‌ ରାଇଡର୍ସ  ଦଳରେ ପୁନର୍ବାର ସ୍ଥାନ ପାଇବାକୁ ଆଶା ରଖିବି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.