ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏନ୍‌ଏସ୍‌ଇ ଘୋଷଣା : ଲୋକସଭା ନିର୍ବାଚନ ପାଇଁ ବନ୍ଦ ରହିବ ସେୟାର ବଜାର

ମୁମ୍ବାଇ, ୧୯।୫: ଲୋକସଭା ନିର୍ବାଚନ ଯୋଗୁ ସୋମବାର ସେୟାର ବଜାର ବନ୍ଦ ରହିବ । ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ପକ୍ଷରୁ ସୂଚନା ଦିଆଯାଇଛି ଯେ, ମେ’ ୨୦ରେ ମୁମ୍ବାଇରେ ଲୋକସଭା ନିର୍ବାଚନ ପାଇଁ ମତଦାନ ହେବ । ତେଣୁ ଏହି ଦିନ ବଜାରରେ କାରବାର ହେବ ନାହିଁ । ନେଗୋସିଏବଲ୍‌ ଇନ୍‌ଷ୍ଟ୍ରୁମେଣ୍ଟ ଆକ୍ଟ ୧୮୮୧ର ଧାରା ୨୫ ଅଧୀନରେ ନାଗରିକଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । 

ନିର୍ବାଚନ ଆୟୋଗ ପୂର୍ବ ମାସ ଘୋଷଣା କରିଥିଲା ଯେ, ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ୫ଟି ପର୍ଯ୍ୟାୟରେ ଏପ୍ରିଲ ୧୯, ଏପ୍ରିଲ ୨୬, ମେ’ ୭, ମେ’ ୧୩ ଏବଂ ମେ’ ୨୦ରେ ହେବ । ମୁମ୍ବାଇରେ ମେ’ ୨୦ରେ ମତଦାନ ଥିବାରୁ ଏହି ଦିନ ଷ୍ଟକ୍‌ ବଜାର ବନ୍ଦ ରହିବ ବୋଲି ଏନ୍‌ଏସ୍‌ଇ ଘୋଷଣା କରିଛି । ତେବେ ମେ’ ୧୮ ଶନିବାର ଛୁଟି ଥିବା ସତ୍ତେ୍ୱ ଷ୍ଟକ୍‌ ବଜାର ଖୋଲା ରହିଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.