ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ଛାତ୍ର ମୃତ

ସୋର,୪।୪ ନଦୀ ରେ  ଗାଧୋଇବା ବେଳେ ଗୋଡ ଖସିଯିବାରୁ ଗଣ୍ଡରେ ପଡି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି।  ମୃତ ଛାତ୍ର ଜଣକ l ଖଇରା ବ୍ଲକ କୁରୁଣ୍ଟା ପଂଚାୟତ ମିରିପୁରଖଇରା ଗ୍ରାମର ବ୍ରହ୍ମାନନ୍ଦ ଗୋଛାୟତଙ୍କ ପୁଅ ଅମିତ ଗୋଛାୟତ।

ଖଇରା ବ୍ଲକ କୁରୁଣ୍ଟା ପଂଚାୟତ ମିରିପୁରଖଇରା ଗ୍ରାମର ବ୍ରହ୍ମାନନ୍ଦ ଗୋଛାୟତଙ୍କ ପୁଅ ଅମିତ ଗୋଛାୟତ ଆଜି ଘର ପାଖ ନଦୀରେ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଗୋଡ ଖସିଯିବାରୁ ନଦୀରେ ଥିବା ଗଣ୍ଡରେ ସେ  ପଡିଯାଇଥିଲେ l ସଙ୍ଗେ ସଙ୍ଗେ ନଦୀ ପାଖରେ ଜଣେ ବ୍ୟକ୍ତି ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ l ପରିବାର ଓ ସ୍ଥାନୀୟ ଲୋକମାନେ ଅମିତଙ୍କୁ ଉଦ୍ଧାର କରି ସିମୁଳିଆ ମେଡିକାଲରେ ଭର୍ତ୍ତି କରିଥିଲେ l ଡାକ୍ତର ସେଠାରେ  ମୃତ ଘୋଷଣା କରିଥିଲେ ସିମୁଳିଆ ପୋଲିସ ଖବର ପାଇ ପହଞ୍ଚି ଘଟଣାର  ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.