ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ସୁଭଦ୍ରା ଯୋଜନା: ମହିଳାଙ୍କ ମଧ୍ୟରେ ସଚେତନର ଅଭାବ, ଲିଙ୍କ ପାଇଁ ଜମୁଛି ଭିଡ଼

ଦାରିଙ୍ଗବାଡି,୧୧/୦୯: ରାଜ୍ୟ ସରକାର ସୁଭଦ୍ରା ଯୋଜନା ବିଷୟରେ ସଚେତନ ନିମନ୍ତେ ସୁଭଦ୍ରା ରଥର ଶୁଭାରମ୍ଭ କରିଛନ୍ତି । ଏହା ସତ୍ତ୍ୱେ ମହିଳାଙ୍କ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସଚେତନ ସୃଷ୍ଟି ହୋଇ ପାରିଲା ନାହିଁ । ପୂର୍ବରୁ ସୁଭଦ୍ରା ଯୋଜନାରେ ଆବେଦନ ନେଇ ଆଧାର ନମ୍ୱର ଓ ବ୍ୟାଙ୍କ ଏକାଉଣ୍ଟରେ ଫୋନ ନମ୍ୱର ଲିଙ୍କ ନେଇ ବାଧ୍ୟତା ନଥିବା ବିଷୟରେ କୁହାଯାଇଥିଲା । ଏହା ସହ ଫିଙ୍ଗର୍ ପ୍ରିଣ୍ଟ କିମ୍ବା ଓଟିପି କିମ୍ବା ଆଖି ସ୍କାନର୍ ମାଧ୍ୟମରେ ସୁଭଦ୍ରା ଯୋଜନାରେ ଜନ ସେବା କେନ୍ଦ୍ରରେ ଆବେଦନ କରିବା ନେଇ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଇଥିଲା । ଏହା ସତ୍ତ୍ୱେ ବ୍ୟାଙ୍କ, ପୋଷ୍ଟାଲ ଓ ଆଧାର କେନ୍ଦ୍ରରେ ଫୋନ ନମ୍ୱର ଲିଙ୍କ ନେଇ ଭିଡ ଦେଖିବାକୁ ମିଳିଥିଲା । 

ଉପାନ୍ତ ଅଞ୍ଚଳ ତଥା ଅନ୍ୟାନ୍ୟ ଅଞ୍ଚଳରେ ମହିଳା ମାନେ ସଠିକ୍ ଭାବେ ସଚେତନ ନଥିବା ଯୋଗୁଁ ଆଜି ଏଭଳି ସ୍ଥିତି ଦେଖା ଯାଇଥିବା ବୁଦ୍ଧିଜିବୀମାନେ ମତପ୍ରକାଶ କରିଛନ୍ତି । ବର୍ତମାନ ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ଓଟିପି କିମ୍ବା ଆଖି ସ୍କାନର କିମ୍ବା ଫିଙ୍ଗର ପ୍ରିଣ୍ଟ ବିନା ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିଲେ ସୁଦ୍ଧା ମହିଳା ମାନେ ଏବେବି ସଚେତନ ନୁହନ୍ତି । ଫଳରେ ଏକାଉଣ୍ଟରେ ଫୋନ ନମ୍ୱର ଲିଙ୍କ ପାଇଁ ବ୍ୟାଙ୍କରେ ଭିଡ ଜମୁ ଥିବା ବେଳେ ଆଧାରରେ ଫୋନ ନମ୍ୱର ଲିଙ୍କ କରିବା ନେଇ ପୋଷ୍ଟ କାର୍ଯ୍ୟାଳୟ ଓ ଆଧାର କେନ୍ଦ୍ରରେ ପ୍ରବଳରୁ ଅତି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।  ୫୦ ହଜାର ଟଙ୍କା ପାଇବା ପାଇଁ ମହିଳାଙ୍କ ଆଖିରେ ଆଉ ନିଦ ନାହିଁ । ସମସ୍ତ କାର୍ଯ୍ୟାଳୟ ୧୦ ଟା ବେଳେ ଖୋଲୁ ଥିବା ବେଳେ ମହିଳା ମାନେ ସାଢେ ୭ ରୁ ଆସି ବ୍ୟାଙ୍କ ଓ ପୋଷ୍ଟ ଅଫିସ ଆଗରେ ଲାଇନ ଲାଗୁଛନ୍ତି ।

ସୁଭଦ୍ରା ରଥ ବର୍ତ୍ତମାନ ସୁଧା ଦାରିଙ୍ଗବାଡି ଅଞ୍ଚଳକୁ ଆସିନାହିଁ । ଯଦି ବି ଆସିବ, ଗୋଟିଏ ଗାଡ଼ି କିଭଳି ୨୫ ଗୋଟି ପଞ୍ଚାୟତ ବୁଲି ଲୋକଙ୍କୁ ସଚେତନ କରିବ ତାକୁ ନେଇ ସନ୍ଧେହ ସୃଷ୍ଟି ହେଉଛି । ଏଣୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଗାଡ଼ି କରି ମାଇକ ସାଉଣ୍ଡ ଦ୍ୱାରା ସଚେତନ କରାଗଲେ ମହିଳା ମାନେ ସଠିକ୍ ଭାବେ ସଚେତନ ହୋଇ ପାରିବେ ବୋଲି ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.