ପ୍ରମୂଖ ଖବର

୨୫ ହଜାର ସମର୍ଥକ ଗହଣରେ ପ୍ରାର୍ଥୀପତ୍ର ଦାଖଲ କଲେ ସୁକାନ୍ତ

ନୀଳଗିରି,୧୩/୫ : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ୨୫ ହଜାର ସମର୍ଥକ ଗହଣରେ ପ୍ରାର୍ଥୀପତ୍ର ଦାଖଲ କଲେ ସୁକାନ୍ତ ନାୟକ। ବିଜେଡି ବିଧାୟକ ପ୍ରାର୍ଥୀ ସୁକାନ୍ତ ହଜାର ହଜାର ସମର୍ଥକଙ୍କ ସହ ନୀଳଗିରି ରଥଦାଣ୍ଡରେ ପହଞ୍ଚିଥିଲେ। ଏହାପରେ ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରି ଆଶିଷ ନେଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। 

ଧୂମସା ମାଦଳ ସହ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇ ସମର୍ଥକମାନେ ସୁକାନ୍ତଙ୍କୁ ଉପଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ପାଛୋଟି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏଥିରେ ବାଲେଶ୍ଵର ସଂସଦୀୟ କ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତସିଂହାର, ବିଜେଡି ନେତ୍ରୀ ତଥା ଜିନା ସାମଲ ମଧ୍ୟ ଉପସ୍ଥିତ ଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.