ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖୁବଶୀଘ୍ର ଆରମ୍ଭ ହେବ 'ବର୍ଡର ୨' ସୁଟିଂ, ମେଜର ଭୂମିକାରେ ନଜର ଆସିବେ ସନ୍ନି ଦେଓଲ

ମୁମ୍ବାଇ, ୨୨/୦୫:  ବଲିଉଡ ଅଭିନେତା ସନ୍ନି ଦେଓଲ 'ଗଦର ୨' ସହ ବକ୍ସ ଅଫିସରେ ଦମଦାର କମବ୍ୟାକ କରିଥିଲେ । ଏହି ଚଳଚ୍ଚିତ୍ର ଭଲ ରୋଜଗାର କରିବା ସହ ଫ୍ୟାନ୍ସ ବେଶ ପସନ୍ଦ କରିଥିଲେ । ଏହା ପରେ ଅଭିନେତା ପୁଣିଥରେ  'ବର୍ଡର' ର ସ୍ୱିକେଲ ସହ ଫେରିବେ ବୋଲି ଜଣାପଡିଛି।  ଏହି ଚଳଚ୍ଚିତ୍ରରେ କିଛି ପୁରୁଣା ତଥା ନୂଆ ଷ୍ଟାର୍ କାଷ୍ଟ ନଜର ଆସିବେ । ରିପୋର୍ଟ ଅନୁସାରେ, ଫିଲ୍ମର ସୁଟିଂ ଅକ୍ଟୋବର ୨୦୨୪ରେ  ଆରମ୍ଭ ହେବ ।

ଏଥିରେ ସନ୍ନି ଦେଓଲ ମୁଖ୍ୟ ଭୂମିକାରେ ଅଭିନୟ କରିବେ ଏବଂ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କ ସହ ସ୍କ୍ରିନ୍ ସେୟାର କରିବେ ବୋଲି ଜଣାପଡିଛି । ସନ୍ନି ଦେଓଲଙ୍କ ଏହି ବ୍ଲକବଷ୍ଟର ଚଳଚ୍ଚିତ୍ରକୁ ସ୍ୱତନ୍ତ୍ର ଏବଂ ଅନନ୍ୟ କରିବା ପାଇଁ ନିର୍ମାତାମାନେ କଠିନ ପରିଶ୍ରମ କରୁଛନ୍ତି । ସେ ଚାହୁଁଛନ୍ତି ଯେ ଲୋକଙ୍କ ସାମ୍ନାରେ ଏପରି ଏକ ଚଳଚ୍ଚିତ୍ର ରହିବା ଉଚିତ, ଯାହା ଦେଶଭକ୍ତି ସହିତ ସେମାନଙ୍କୁ ମନୋରଞ୍ଜନ କରିବ । ତେବେ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଆୟୁଷ୍ମନ ଏବଂ ସନ୍ନି ଏକାଠି ନଜର ଆସିବେ ।ତେବେ  ଚଳଚ୍ଚିତ୍ର ୨୦୨୬ ମସିହାରେ ଗଣତନ୍ତ୍ର ଦିବସରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି । ଏହି ସିନେମାରେ ମେଜର କୁଲଦୀପ ସିଂ ଚୌଧୁରୀ ଭୂମିକାରେ ସନ୍ନି ଦେଓଲ ଅଭିନୟ କରିବେ । ଆୟୁଷ୍ମାନ ଖୁରାନା ଭାରତୀୟ ସଶସ୍ତ୍ର ବାହିନୀର ଏକ ଅଂଶ ହେବେ, ଯିଏ ଏହି ଚଳଚ୍ଚିତ୍ରରେ ଏକ ବଳିଷ୍ଠ ଚରିତ୍ର ପ୍ଲେ କରିବାକୁ ଯାଉଛନ୍ତି । 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.