ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟ୍ରେଭିସ୍‌ ହେଡ୍‌ ଏବଂ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ, ଲକ୍ଷ୍ନୌକୁ ୧୦ ଓ୍ବିକେଟରେ ହରାଇଲା ହାଇଦ୍ରାବାଦ

ହାଇଦ୍ରାବାଦ: ଟ୍ରେଭିସ୍‌ ହେଡ୍‌ ଏବଂ ଅଭିଷେକ ଶର୍ମାଙ୍କ ଅବିଶ୍ବସନୀୟ ବ୍ୟାଟିଂ । ୯.୪ ଓଭରରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରିଛି ହାଇଦ୍ରାବାଦ । ଲକ୍ଷ୍ନୌକୁ ୧୦ ଓ୍ବିକେଟରେ ହରାଇଛି ପାଟ କମିନ୍ସଙ୍କ ନେତୃତ୍ବାଧୀନ ଟିମ୍‌ । ହାଇଦ୍ରାବାଦର ଦୁଇ ଓପନର ହେଡ ଏବଂ ଶର୍ମା ଅପରାଜିତ ଥିବା ବେଳେ ଯଥାକ୍ରମେ ୮୯ ଏବଂ ୭୫ ରନ୍‌ କରିଛନ୍ତି । ଫଳରେ ଦଳ ଲକ୍ଷ୍ନୌ ଉପରେ ସହଜ ବିଜୟ ହାସଲ କରିଛି । ମାତ୍ର ୫୮ ବଲ୍‌ରେ ୧୬୭ ରନ୍‌ କରିବାରେ ସଫଳ ହୋଇଛି ହାଇଦ୍ରାବାଦ । ଆଇପିଏଲ ଇତିହାସରେ ଏହା ବିରଳ ରକେର୍ଡ । ଆଜି ଟ୍ରେଭିସ୍‌ ହେଡ୍‌ ୨୯୭ ଷ୍ଟାଇକ୍‌ ରେଟରେ ୮ ଛକା ଏବଂ ୮ ଚୌକା ସହ ଅପରାଜିତ ୮୯ ରନ୍‌ କରିଛନ୍ତି । ସେହିଭଳି ଅଭିଷେକ ଶର୍ମା ୨୬୮ ଷ୍ଟ୍ରାଇକ୍‌ ରେଟ୍‌ରେ ୬ ଛକା ଏବଂ ୮ ଚୌକା ସହ ୨୮ ବଲ୍‌ରେ ୭୫ ରନ୍‌ କରିଛନ୍ତି ।

ଆଜି ଲକ୍ଷ୍ନୌର ଆୟୁଷ ବଦୋନି ଏବଂ ନିକୋଲାସ ପୁରନଙ୍କ ଭଲ ପ୍ରଦର୍ଶନ ବଳରେ ଲକ୍ଷ୍ନୌ ୧୬୫ ରନ୍‌ କରିଥିଲା । କ୍ବିଣ୍ଟନ ଡିକକ୍‌ (୨), ମାର୍କସ ଷ୍ଟୋଇନିସ୍‌ (୩), କେଏଲ ରାହୁଲ (୨୯) ଏବଂ କୃଣାଲ ପାଣ୍ଡ୍ୟା (୨୪) ଆଉଟ୍‌ ହୋଇଥିଲେ ମଧ୍ୟ ବଦୋନିଙ୍କ ଅପରାଜିତ ୫୫ ଏବଂ ପୁରନଙ୍କ ଅପରାଜିତ ୪୮ ରନ୍‌ ଦଳକୁ ସମ୍ମାନଜନକ ସ୍କୋର କରିବାରେ ସହାୟକ ହୋଇଥିଲା । ସନରାଇଜର୍ସ ହାଇଦ୍ରାବାଦକୁ ୧୬୬ ରନ୍‌ ଟାର୍ଗେଟ ଦେଇଥିଲା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ । ଏହି ବିଜୟ ଲକ୍ଷ୍ୟକୁ ମାତ୍ର ୫୮ ବଲ୍‌ରେ ହାସଲ କରିଛି ହାଇଦ୍ରାବାଦ ।

 ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଆଇପିଏଲର ୫୭ ତମ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ଏବଂ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ । ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ । ସେପଟେ ହାଇଦ୍ରାବାଦର ବୋଲର ଲକ୍ଷ୍ନୌକୁ ବଡ଼ ସ୍କୋର କରିବାକୁ ରୋକିଥିଲେ । ଭୁବନେଶ୍ବର କୁମାର ୪ ଓଭର ବୋଲିଂ କରିବା ସହ କେବଳ ୧୨ ରନ୍‌ ଦେଇ ୨ ଓ୍ବିକେଟ ନେଇଥିଲେ । ତାଙ୍କ ପରେ ପାଟ କମିନ୍ସ ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ । ତେବେ ହାଇଦ୍ରବାଦ ଏହି ବିଶାଳ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉଠିଛି । 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.