ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅପରେସନ୍ ପରାକ୍ରମରେ ସାମିଲ୍ ବାୟୁ ସେନା ଅଧିକାରୀଙ୍କୁ ଦେଢ଼ କୋଟି ଦେବାକୁ ନିର୍ଦ୍ଦେଶ, ଜାଣନ୍ତୁ ମାମଲା କଣ ?

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଖାରଜ ହୋଇ ଯାଇଛି କେନ୍ଦ୍ର ସରକାରଙ୍କ ଆବେଦନ । ସେନା ଓ ବାୟୁସେନା ଏକ ମାମଲାରେ ମିଳିତ ଭାବେ ୧.୫ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା । ଯାହା ପୁନଃବିଚାର ଲାଗି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । 

ସୂଚନା ଅନୁସାରେ, ଏହି ଅର୍ଥରାଶି ବାୟୁସେନାର ଜଣେ ପୂର୍ବତନ ଅଧିକାରୀ (କର୍ପୋରାଲ୍)ଙ୍କୁ ଦେବାକୁ ନିର୍ଦ୍ଦେଶ ରହିଛି । ୨୦୦୨ରେ ସେନାର ଏକ ହସ୍ପିଟାଲରେ ଅଧିକାରୀଙ୍କୁ ରକ୍ତ ଦିଆଯିବା ପରେ ସେ     ଏଚ୍ଆଇଭି ଏଡସରେ ସଂକ୍ରମିତ ହୋଇଥିଲେ । ତେବେ ଦେଢ଼ କୋଟି ଟଙ୍କା ଦେବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସରକାର ।

ଗତବର୍ଷ ଡିସେମ୍ବର ୨୬ରେ ସରକାର ଆବେଦନ କରିଥିଲେ । ସେନା ଓ ବାୟୁସେନା ଯବାନଙ୍କ କ୍ଷେତ୍ରରେ ସୁରକ୍ଷା ମାନକ ନିଶ୍ଚିତ ନଥିବା ବେଳେ ମେଡିକାଲରେ ଅବହେଳା ହୋଇଥିବା ପ୍ରମାଣ ମିଳିଥିଲା । ୨୦୧୬ରେ ସେବା ନିବୃତ୍ତ ହୋଇଥିବ ପୂର୍ବତନ କର୍ପୋରାଲଙ୍କୁ ମାଗଣା ଚିକିତ୍ସା ସହ ଦିବ୍ୟାଙ୍ଗ ଭତ୍ତା ଏବଂ ଅନ୍ୟ ସୁବିଧା ଯୋଗାଇ ଦେବାକୁ କୋର୍ଟ ନିଷ୍ପତ୍ତି ନେଇଥିଲେ ।

ଏପ୍ରିଲ ୩ରେ ଜଷ୍ଟିସ୍ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ୍ ପିବି ବରାଳେ କହିଥିଲେ, ସମୀକ୍ଷାରୁ ଜଣାପଡ଼ୁଛି ନିର୍ଦ୍ଦେଶନାମାରେ କୌଣସି ତ୍ରୁଟି ନାହିଁ, କୋର୍ଟ ଦେଇଥିବା ରାୟ ଠିକ୍ । ରାୟରେ କୌଣସି ତ୍ରୁଟି ନଥିବାରୁ ପୁନଃବିଚାରର ଆବଶ୍ୟକତା ନାହିଁ । ୬ ମାସ ପର୍ଯ୍ୟନ୍ତ କ୍ଷତିପୂରଣ ନ ପାଇବା ପରେ ବାୟୁସେନାର ପୂର୍ବତନ ଅଧିକାରୀ କୋର୍ଟ ଅବମାନନା ନେଇ ଆବେଦନ କରିଥିଲେ । 

ଯାହା ପରେ ଗତ ମାସରେ କୋର୍ଟ ନିର୍ଦ୍ଦେଶନାମା ଜାରି କରିଥିଲେ । ଦିବ୍ୟାଙ୍ଗ ଭତ୍ତା ଓ ପ୍ରତି ମାସ ଡାକ୍ତରଖାନା ଯିବା ଲାଗି ୨୫ ହଜାର ଟଙ୍କା ସହ ଅନ୍ୟାନ୍ୟ ଖର୍ଚ୍ଚ ଦେବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ ସୁପ୍ରିମକୋର୍ଟ । ପୀଡ଼ିତ ବାୟୁସେନାର ପୂର୍ବ ଅଧିକାରୀ ୧୯୯୬ରେ ବାୟୁସେନାରେ ଭର୍ତ୍ତି ହୋଇଥିଲେ । ପାକିସ୍ତାନ ବିପକ୍ଷରେ ସୈନ୍ୟ ଅପରେସନ୍ ପରାକ୍ରମ ସମୟରେ ୨୦୦୨ ଜୁଲାଇରେ ତାଙ୍କୁ ପ୍ରଦୂଷିତ ରକ୍ତ ଚଢ଼ା ଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.