ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ପ୍ରତିଦ୍ୱନ୍ଦ୍ୱୀ ଶତ୍ରୁ ନୁହଁନ୍ତି’: ଟିଏମସି ବିରୋଧରେ ବିଜ୍ଞାପନ ମାମଲାରେ ବିଜେପିକୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

Image Courtesy: verdictum

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ବିରୋଧରେ ବିଜେପିର ବିଜ୍ଞାପନ ଭୁଲ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ସହ ସର୍ବୋଚ୍ଚ ଅଦାଲତ ବିଜେପିର ଆବେଦନ ଖାରଜ କରିଦେଇଛନ୍ତି । ନିକଟରେ କୋଲକାତା ହାଇକୋର୍ଟ ଟିଏମସି ବିରୋଧରେ ବିଜେପିର ବିଜ୍ଞାପନ ଉପରେ ଜୁନ ୪ ତାରିଖ ପର୍ଯ୍ୟନ୍ତ ବ୍ୟାନ୍‌ ଲଗାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ବିଜେପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ତେବେ ସର୍ବୋଚ୍ଚ ନ୍ୟାୟଳୟରୁ ବିଜେପିକୁ ଝଟ୍‌କା ମିଳିଛି। ଏହି ଆବେଦନ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ କହିଛନ୍ତି, ପ୍ରତିଦ୍ୱନ୍ଦ୍ୱୀ ତୁମର ଶତ୍ରୁ ନୁହଁନ୍ତି। ବର୍ତ୍ତମାନ ନିର୍ବାଚନ ଚାଲିଛି। ଏଭଳି ସ୍ଥିତିରେ ଆମେ ଏଥିରେ କାହିଁକି ହସ୍ତକ୍ଷେପ କରିବୁ? ଏହା ଭୋଟରଙ୍କ ହିତରେ ମଧ୍ୟ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଜେପିକୁ ଭର୍ତ୍ସନା କରି ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଆପଣ ସର୍ବଦା କହିପାରିବେ ଆପଣ ଶ୍ରେଷ୍ଠ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ବିରୋଧୀ ଦଳ ବିଷୟରେ 'ମାନହାନୀ ତଥା ଅପମାନଜନକ' ବିଜ୍ଞାପନ ପ୍ରକାଶ କରିବେ। ଏହା ଭୁଲ୍‌ । ବିଜ୍ଞାପନର ପ୍ରଥମ ପୃଷ୍ଠରେ ହିଁ ଭୁଲ୍‌ ଅଛି।

ଆବେଦନ ଉପରେ ଶୁଣାଣି କରିବାକୁ ମନା କରିବା ସହ ବିଜେପିକୁ ହାଇକୋର୍ଟ ଯିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ସେପଟେ ପୂର୍ବରୁ କୋଲକାତା ହାଇକୋର୍ଟ କହିଥିଲେ ଯେ, ଟିଏମସି ବିରୋଧରେ ବିଜେପି ଅପମାନଜନକ ବିଜ୍ଞାପନ ପ୍ରକାଶ କରିପାରିବ ନାହିଁ । ବିଶେଷ କରି ସାଇଲେନ୍ସ ପିରିୟଡ(ମତଦାନର ପୂର୍ବଦିନ ଏବଂ ଭୋଟିଂ ଦିନ) ଏଭଳି ବିଜ୍ଞାପନ ଗ୍ରହଣୀୟ ନୁହେଁ । ଏଭଳି ବିଜ୍ଞାପନ ପ୍ରକାଶ କରି ବିଜେପି ବ୍ୟକ୍ତିଗତ ଭାବେ ଟିଏମସିର ଛବି ଖରାପ କରିବାକୁ ଚେଷ୍ଟା କରୁଛି ବୋଲି ହାଇକୋର୍ଟର ଜଜ୍‌ ସବ୍ୟସାଚ୍ଚୀ ଭଟ୍ଟାଚାର୍ଯ୍ୟ କହିଥିଲେ । 
 

ପ୍ରକୃତରେ ପଶ୍ଚିମବଙ୍ଗର ବିଜେପି ୟୁନିଟ୍ ଲୋକସଭା ନିର୍ବାଚନ ପ୍ରକ୍ରିୟା ସମୟରେ ଟିଏମସି ସହ ଜଡିତ କିଛି ବିଜ୍ଞାପନ ପ୍ରକାଶ କରିଥିଲା। ଏହି ପ୍ରସଙ୍ଗ କୋଲକାତା ହାଇକୋର୍ଟରେ ପହଞ୍ଚିଥିଲା। ଶୁଣାଣି ସମୟରେ ହାଇକୋର୍ଟ ତୃଣମୂଳ କଂଗ୍ରେସ ବିରୋଧରେ କୌଣସି ପ୍ରକାରର ଅପମାନଜନକ ବିଜ୍ଞାପନ ପ୍ରକାଶ କରିବା ଉପରେ ବିଜେପିକୁ ବାରଣ କରିଥିଲେ। ପରେ କୋଲକାତା ହାଇକୋର୍ଟର ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ବିଜେପି ।

 

  • BJP
  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.