ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ମା’- ବାପାଙ୍କୁ ଝିଅର ଶବ ଦେଖାଇବାକୁ କାହିଁକି ଦିଆଗଲାନି ଅନୁମତି ? ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ୧୦ ବଡ଼ ଟିପ୍ପଣୀ

ନୂଆଦିଲ୍ଲୀ,୨୦।୮: କୋଲକାତାର ଆରଜି କର ମେଡିକାଲ କଲେଜ ଡାକ୍ତର ଦୁଷ୍କର୍ମ ଓ ଜଘନ୍ୟ ହତ୍ୟାକାଣ୍ଡ ମାମଳାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାର ଓ ହସ୍ପିଟାଲ ପ୍ରଶାସନ ଉପରେ କଡା ମନ୍ତବ୍ୟ ଦେଇଛନ୍ତି। ଚିଫ୍ ଜଷ୍ଟିସ୍ ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ଏହି ସମୟରେ ଡାକ୍ତରଙ୍କୁ ଅପିଲ କରିଛନ୍ତି, ସେମାନେ ନିଜର ଧର୍ମଘଟ ବନ୍ଦ କରି କାମକୁ ଫେରନ୍ତୁ। କୋର୍ଟ କହିଛନ୍ତି ଆପଣଙ୍କୁ ସୁରକ୍ଷା ଦେବା ଆମର କାମ। ଆପଣମାନେ ନିଜ ନିଜର କାମକୁ ଫେରି ଯାଆନ୍ତୁ। କୋର୍ଟ ଏହି ସମୟରେ ପୀଡିତାଙ୍କ ଫଟୋ ଓ ନାଁ ସାର୍ବଜନୀନ କରାଯିବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରି କହିଛନ୍ତି, ଆମେ ଏହାକୁ ନେଇ ଚିନ୍ତିତ।ଶୁଣାଣି ସମୟରେ କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ୧୦ଟି  ବଡ଼ ଟିପ୍ପଣୀ ଦେଇଛନ୍ତି।

୧-ସୁପ୍ରିମକୋର୍ଟ କହିଛନ୍ତି, ଯେତେବେଳେ କୌଣସି ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟେ, ଦେଶର ଅନ୍ତର ଆତ୍ମା ଜାଗୃତ ହୁଏ।

୨- ଏହା କେବଳ ଭୟଙ୍କର ଘଟଣା ନୁହେଁ ପୁରା ଭାରତରେ ଡାକ୍ତରଙ୍କ ସୁରକ୍ଷାର ଅଭାବକୁ ଦର୍ଶାଉଛି। 

୩-ସିଜେଆଇ କହିଛନ୍ତି, ଆମେ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତିତ।

୪- ସୁପ୍ରିମକୋର୍ଟ କହିଛନ୍ତି, ଯଦି ମହିଳାମାନେ କାମକୁ ଯାଉ ନାହାନ୍ତି ଓ କାମ କରିବାର ସ୍ଥିତିରେ ସୁରକ୍ଷିତ ନାହାନ୍ତି ତେବେ ଆମେ ତାଙ୍କୁ ସମାନତାରୁ ବଞ୍ଚିତ କରୁଛୁ।

୫- ପୀଡିତାଙ୍କ ପରିଚୟ ସାର୍ବଜନୀନ ହେବା ନେଇ କୋର୍ଟ କହିଲେ, ଏହା ଖୁବ୍ ଚିନ୍ତାଜନକ। ଖଣ୍ଡପୀଠ ସିବିଆଇକୁ ନିର୍ଦେଶ ଦେଇଛନ୍ତି ସେ ଗୁରୁବାର ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦିଅନ୍ତୁ। 

୬-ପ୍ରିନ୍ସପାଲ ଏହାକୁ ଆତ୍ମହତ୍ୟା ବୋଲି କହିବାକୁ ଚେଷ୍ଟା କଲେ। ବାପା-ମାଙ୍କୁ ମୃତଦେହ ଦେଖିବାକୁ ମଧ୍ୟ ଅନୁମତି ଦିଆଗଲାନି।

୭- ସିଜେଆଇ ପଶ୍ଚିମବଙ୍ଗ ସରକାର ଓ ହସ୍ପିଟାଲ ପ୍ରଶାସନକୁ କଡା ଭର୍ତ୍ସନା କରିଛନ୍ତି। କହିଛନ୍ତି, ଏଫଆଇଆର ଏତେ ବିଳମ୍ବରେ କାହିଁକି ଦିଆଗଲା ? ହସ୍ପିଟାଲ ପ୍ରଶାସନ କ’ଣ କରୁଥିଲା ?

୮- ହସ୍ପିଟାଲରେ ଭଙ୍ଗାରୁଜା ଉପରେ ପ୍ରଶ୍ନ ଉଠାଇ କୋର୍ଟ କହିଛନ୍ତି, ପୋଲିସକୁ ଘଟଣାସ୍ଥଳର ସୁରକ୍ଷା କରିବା ଦରକାର ଥିଲା। ୭ ହଜାର ଲୋକ କିଭଳି ପ୍ରବେଶ କଲେ ?

୯- କୋର୍ଟ କହିଛନ୍ତି ସେ କେବଳ ଜଣେ ହତ୍ୟାକାରୀ ନୁହେଁ, ଜଣେ ବିକୃତ ମାନସିକତାର ବ୍ୟକ୍ତି।କୋର୍ଟ ପ୍ରଦର୍ଶନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। 

୧୦- ଆରଜି କରର ପୂର୍ବତନ ଡିନ୍‌ଙ୍କ ଭୂମିକା ଉପରେ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। କୋର୍ଟ କହିଛନ୍ତି, ଯେତେବେଳେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନଙ୍କ ଆଚରଣ ତଦନ୍ତ ଘେରରେ ଥିଲା ତାଙ୍କୁ କିପରି ଆଉ ଏକ କଲେଜରେ ନିଯୁକ୍ତି ଦିଆଗଲା ? ତାଙ୍କୁ ଏତେ ବିଳମ୍ବରେ କାହିଁକି ପଚରା ଉଚରା ପାଇଁ ଡକାଗଲା।    

 

 

  • Kolkata Police
  • CM Mamata
  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.