ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

‘ବିଧବା ମହିଳାଙ୍କୁ ମେକଅପ୍‌ ଦରକାର ନାହିଁ’: ପାଟନା ହାଇକୋର୍ଟ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜଣେ ବିଧବା ମହିଳାଙ୍କ ମେକଅପ୍‌ ଉପରେ ଟିପ୍ପଣୀ କରି ଅଡ଼ୁଆରେ ପାଟନା ହାଇକୋର୍ଟ । ସୁପ୍ରିମକୋର୍ଟ ହାଇକୋର୍ଟର ଜଜ୍‌ଙ୍କ ଉପରେ ବର୍ଷିଛନ୍ତି । ଏହା ସହ ସର୍ବୋଚ୍ଚ ଅଦାଲତ ପାଟନା ହାଇକୋର୍ଟକୁ ତାଗିଦ ମଧ୍ୟ କରିଛନ୍ତି । ନିକଟରେ ପାଟନା ହାଇକୋର୍ଟରେ ଜଣେ ମହିଳାଙ୍କ ହତ୍ୟା ମାମଲାକୁ ନେଇ ଶୁଣାଣି ହୋଇଥିଲା । ପୀଡ଼ିତାଙ୍କ ଘରୁ ମେକ୍ଅପ୍‌ ସାମଗ୍ରୀ ମିଳିବାକୁ ନେଇ ଶୁଣାଣି ସମୟରେ ହାଇକୋର୍ଟ କହିଥିଲେ ଯେ, ଜଣେ ବିଧବା ମହିଳାଙ୍କ ପାଇଁ ମେକଅପ୍‌ ଆବଶ୍ୟକ ନାହିଁ । ଏହି ମନ୍ତବ୍ୟ ଉପରେ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। 

ଏହା ଅତ୍ୟନ୍ତ ଆପତ୍ତିଜନକ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏଭଳି ମନ୍ତବ୍ୟ ନ୍ୟାୟପାଳିକାଠାରୁ ଆଶା କରାଯାଏ ନାହିଁ । ଏଭଳି ମନ୍ତବ୍ୟ ଆଇନଗତ ଭାବେ ଗ୍ରହଣୀୟ ନୁହେଁ । ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ସତ୍ୟେନ୍ଦ୍ର ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଏଭଳି ମନ୍ତବ୍ୟ ଆଇନଗତ ନୁହେଁ । ଏହି ମନ୍ତବ୍ୟ କୌଣସି ପ୍ରମାଣ ଆଧାରରେ କରାଯାଇ ନାହିଁ ଏବଂ ବିଚାରପତିଙ୍କ ଏଭଳି ମନ୍ତବ୍ୟ ନ୍ୟାୟପାଳିକାର ସମ୍ବେଦନଶୀଳତା ଏବଂ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । 

୧୯୮୫ର ଏକ ହତ୍ୟା ମାମଲାରେ ହାଇକୋର୍ଟ ଏଭଳି ମନ୍ତବ୍ୟ ଦେଇଥିଲେ ।  ପାଟନାର ମୁଙ୍ଗେର୍‌ରେ ଜଣେ ମହିଳାଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା । ପାଟନା ହାଇକୋର୍ଟ ଏହି ମାମଲାରେ ୫ ଜଣଙ୍କୁ ଦଣ୍ଡିତ କରିଥିବାବେଳେ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ସେହିପରି ଅନ୍ୟ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଦାଖଲ ହୋଇଥିବା ଆବେଦନଗୁଡ଼ିକର ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିଥିଲେ । 

ଶୁଣାଣି ସମୟରେ ପୀଡ଼ିତାଙ୍କ ଘରୁ ମିଳିଥିବା ମେକ୍ଅପ୍ ସାମଗ୍ରୀକୁ ପ୍ରମାଣ ଭାବରେ ପାଟନା ହାଇକୋର୍ଟ ଗ୍ରହଣ କରିଥିବାରୁ ଏହା ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ । ଜଣେ ବିଧବା ମହିଳା ମଧ୍ୟ ସେହି ଘରେ ରହୁଥିଲେ। ପାଟନା ହାଇକୋର୍ଟଙ୍କ ଅନୁସାରେ, ମେକ୍ ଅପ୍ ସାମଗ୍ରୀ ବିଧବା ମହିଳାଙ୍କର ହୋଇ ନଥିବ, କାରଣ ତାଙ୍କୁ ମେକ୍ଅପ୍‌ ଦରକାର ନାହିଁ । ସୁପ୍ରିମକୋର୍ଟ ପାଟନା ହାଇକୋର୍ଟଙ୍କ ଏହି ଯୁକ୍ତିକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ ।  ଏହାସହ ପ୍ରମାଣ ଅଭାବ ଥିବା ଦର୍ଶାଇ ସୁପ୍ରିମକୋର୍ଟ ସମସ୍ତ ୭ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । 

  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.