ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଧ୍ୟ ସିରିଆରେ ଆଇଏସ ଆତଙ୍କବାଦୀଙ୍କ ନରସଂହାର, ସରକାରୀ ସମର୍ଥିତ ୨୨ ଯବାନଙ୍କ ମୃତ୍ୟୁ...

ନୂଆଦିଲ୍ଲୀ: ମଧ୍ୟ ସିରିଆରେ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଗୋଷ୍ଠୀର ସନ୍ଦିଗ୍ଧ ଆତଙ୍କବାଦୀ ମାନେ ଏକ ଭୟଙ୍କର ଆକ୍ରମଣ କରିଛନ୍ତି । ଆଇଏସ୍ ଗୋଷ୍ଠୀଙ୍କ ଏହି ଆକ୍ରମଣରେ ୨୨ ଜଣ ଯବାନଙ୍କ ମୃତ୍ୟୁ ହୋଇଛି, ଯେଉଁମାନେ କି ସରକାରଙ୍କୁ ସମର୍ଥନ ଜଣାଇ ଆସୁଥିଲେ । ଯୁଦ୍ଧ ଉପରେ ନଜର ରଖୁଥିବା ଏକ ସଂଗଠନ ଏବଂ ସରକାରୀ ସମର୍ଥକ ଗଣମାଧ୍ୟମ ଆଜି (ଶୁକ୍ରବାର) ଏହି ସୂଚନା ଦେଇଛନ୍ତି । ସୂଚନା ମୁତାବକ ଗୁରୁବାର ବିଳମ୍ବିତ ରାତିରେ ସୁଖନା ସହର ନିକଟରେ ସରକାରୀ ସମର୍ଥିତ କୁଡସ୍ ବ୍ରିଗେଡ୍ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ବନ୍ଧୁକଧାରୀ ମାନେ ଆକ୍ରମଣ କରିଛନ୍ତି ।  

ଆତଙ୍କବାଦୀ ମାନେ ଆକ୍ରମଣ କରିଥିବା ସୁଖନା ସହର ଏକଦା ଆଇଏସ୍‌ର ଏକ ଗଡ଼ ଥିଲା । କୁଡସ୍ ବ୍ରିଗେଡ୍ ମୁଖ୍ୟତଃ ପାଲେଷ୍ଟାଇନ ଯୋଦ୍ଧାଙ୍କୁ ନେଇ ଗଠିତ, ଯେଉଁମାନେ ସରକାର ଏବଂ ରୁଷ ଦ୍ୱାରା ସମର୍ଥିତ । ଏହି ଆକ୍ରମଣ ପାଇଁ ତୁରନ୍ତ କେହି ନିଜକୁ ଦାୟୀ କରିନାହାଁନ୍ତି । ହେଲେ ବ୍ରିଟେନ ଭିତ୍ତିକ ଯୁଦ୍ଧ ଉପରେ ନିଜର ରଖୁଥିବା ସଂଗଠନ ‘ସିରିଆନ ଅବଜରଭେଟରୀ ଫର ହ୍ୟୁମାନ ରାଇଟ୍‌ସ’ ଏବଂ ସରକାରୀ ସମର୍ଥକ ରେଡିଓ ଷ୍ଟେସନ ଶ୍ୟାମ ଏଫଏମ ଉଭୟ କହିଛନ୍ତି ଯେ ଏହି ଆକ୍ରମଣ ପଛରେ ଆଇଏସର ହାତ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.