ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଣ୍ଟା ବିନ୍ଧାରୁ ଏବେ ମୁକ୍ତି; ମିଳିଗଲା ପର୍ମାନେଣ୍ଟ୍ ସଲ୍ୟୁସନ୍, ଆସନ୍ତୁ ଜାଣିବା ଓପିୟୋଇଡ ସହ ଜଡ଼ିତ କିଛି ଖାସ୍ କଥା...

ଭୁବନେଶ୍ୱର, ୨୩।୫: ଅଧିକାଂଶ ଲୋକଙ୍କର ବହୁତ ଦିନ ପୁରୁଣା ବା ସାରା ଜୀବନ ମେରୁଦଣ୍ଡ ହାଡ଼ରେ ବିନ୍ଧା ସମସ୍ୟା ରହିଥାଏ । ଏପରି ରୋଗର ଚିକିତ୍ସା ପାଇଁ ଓପିୟୋଇଡର ବ୍ୟବହାର କରାଯାଇଥାଏ । ମେରୁଦଣ୍ଡ ହାଡ଼ର ବିନ୍ଧା(ଏସ୍ ସି ଆଇ) ଅନେକାଂଶଙ୍କ କ୍ଷେତ୍ରରେ ସାରା ଜୀବନ ରହିଯାଇଥାଏ । ଏହି ଅଣ୍ଟାବିନ୍ଧାର ଚିକିତ୍ସାସ୍ୱରୂପ ଓପିୟୋଇଡର ବ୍ୟବହାର କରାଯାଇଥାଏ । ଏହାର ଲାଭ ଓ ପାର୍ଶ୍ୱପ୍ରତିକ୍ରିୟା ବିଷୟରେ ଆସନ୍ତୁ ଜାଣିବା । କାରଣ ଆଜିକାଲି ସାରା ଦୁନିଆରେ ଓପିୟୋଇଡର ସଙ୍କଟ ବଢ଼ିବାରେ ଲାଗିଛି । ଅଣ୍ଟାବିନ୍ଧା ଏସ୍‌ସିଆଇ ପରେ ପୁରୁଣା ବିନ୍ଧାର ଚିକିତ୍ସା ପାଇଁ ଓପିୟୋଇଡକୁ ଏବେ କ’ଣ ପାଇଁ ନିର୍ଦ୍ଧାରିତ କରାଯିବା ଉଚିତ୍ ନୁହେଁ ଆସନ୍ତୁ ଜାଣିବା । ମେରୁଦଣ୍ଡ ହାଡ଼ରେ(ଏସ୍ ସି ଆଇ)ରେ ପୁରୁଣାବିନ୍ଧା ସାଧାରଣ ଅଟେ, ଯେଉଁଥିରେ ୫ଜଣରୁ ପ୍ରାୟ ୪ଜଣଙ୍କର ଲଗାତାର ଭାବରେ ଅଭିଯୋଗ କରୁଛନ୍ତି । ଯାହାଙ୍କ ମଧ୍ୟରୁ ପାଖାପାଖି ଅଧା ମସ୍କୁଲୋସ୍କେଲେଟଲ୍ ଏବଂ ଅଧା ନ୍ୟୁରୋପେଥିକ ହୋଇଥାନ୍ତି । 

କିପରି କାମ କରିଥାଏ ଓପିୟୋଇଡ :

ଓପିୟୋଇଡ ମୁଣ୍ଡ ଏବଂ ମେରୁଦଣ୍ଡ ହାଡ଼ରେ ହେଉଥିବା କଷ୍ଟକୁ ରୋକିବାରେ ସାହାଯ୍ୟ କରିଥାଏ । ଏହା ଶରୀରରେ ଏଣ୍ଡୋଫିର୍ନ ନାମକ ଏକ କେମିକଲ୍ ରିଲିଜ୍ କରିଥାଏ । ଏହା ଏକ ପ୍ରାକୃତିକ କଷ୍ଟ ନିବାରକ ଅଟେ । 

ଓପିୟୋଇଡର ବ୍ୟବହାର :

ଗମ୍ଭୀର କଷ୍ଟର ଚିକିତ୍ସା ପାଇଁ ଓପିୟୋଇଡର ବ୍ୟବହାର କରାଯାଏ । ଗମ୍ଭୀର ଅସ୍ତ୍ରୋପଚାର ପରେ, କର୍କଟ ରୋଗର କଷ୍ଟ ଏବଂ ପୁରୁଣା ପିଠିର କଷ୍ଟପାଇଁ ଓପିୟୋଇଡର ବ୍ୟବହାର କରାଯାଇଥାଏ । 

ପିଠିର ତଳ ଭାଗରେ ହେଉଥିବା କଷ୍ଟର ଚିକିତ୍ସା :

ଯଦି କୌଣସି ବ୍ୟକ୍ତିର ପିଠିର ତଳ ଭାଗରେ ବହୁତ ପୁରୁଣା ବିନ୍ଧା ରହିଛି, ଏଭଳି ପରିସ୍ଥିତିରେ ତାଙ୍କର ଚିକିତ୍ସା ଓପିୟୋଇଡ ଦ୍ୱାରା କରାଯିବା ଉଚିତ୍ । ଯଦି ଓପିୟୋଇଡର ଅଳ୍ପ ଡୋଜ୍‌ରେ ଯନ୍ତ୍ରଣା କମୁନାହିଁ, ତେବେ ଏହାର ପରିମାଣ ବଡଞାଇ ଦିଆଯିବା ଉଚିତ୍ । ଏହି ସ୍ପାଇନାଲ୍ କର୍ଡ୍ ଇଂଜରି(SCI) ସମ୍ବନ୍ଧିତ ୪ଟି କଷ୍ଟରେ ଓପିୟୋଇଡର ବ୍ୟବହାର କରାଯାଇଥାଏ । 

ମସ୍କୁଲୋସ୍କେଲେଟଲ୍‌ର କଷ୍ଟ ପାଇଁ ହେଉ ଅଥବା ନ୍ୟୁରୋପେଥିକ ଏସ୍‌ସିଆଇ, ଉଭୟ ପରିସ୍ଥିତିରେ ଓପିୟୋଇଡର ବ୍ୟବହାର କରାଯାଇଥାଏ । ଯଦି କୌଣସି ବ୍ୟକ୍ତି ଓପିୟୋଇଡର ବ୍ୟବହାର ବହୁତ ସମୟ ଧରି କରି ଆସୁଛନ୍ତି, ତେବେ ସେ ଏହାର ପରିମାଣ ଧିରେଧିରେ କମ୍ କରିଦେବା ଆବଶ୍ୟକ ।  

କଷ୍ଟ କମ୍ କରିବାକୁ କ୍ରୋନିକ୍ ଓପିୟୋଇଡରେ କିଛି ଅଭାବ ଦେଖାଦେଇଛି । ଏଥିରେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଏବଂ ଜୀବନ ପ୍ରତି ବିପଦ ରହିଥାଏ । ଓପିୟୋଇଡ ଓଭରଡୋଜ୍‌ର ପରିଣାମରୁ ବଞ୍ଚାନ୍ତୁ । କୋଷ୍ଠକାଠିନ୍ୟ, ମସ୍ତିଷ୍କରେ ଅଳସୁଆପଣ ଏବଂ ହର୍ମୋନାଲ୍ ଅବସାଦ ଭଳି ଓପିୟୋଇଡର ପାର୍ଶ୍ୱପ୍ରତିକ୍ରିୟାଠାରୁ ବଞ୍ଚିବା ଆବଶ୍ୟକ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.