ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମସ୍କୋ ସିଟି ହଲ୍‌ ଆକ୍ରମଣ ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ୧୧ ଗିରଫ ; ମୃତକଙ୍କ ସଂଖ୍ୟ ୯୩କୁ ବୃଦ୍ଧି

ମସ୍କୋ : ରୁଷ୍‌ର ରାଜଧାନୀ ମସ୍କୋର ଏକ ଉତ୍ସବ ସ୍ଥଳରେ ହୋଇଥିବା ହମଲାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଁ ୯୩ରେ ପହଞ୍ଚିଛି। ଆହତଙ୍କ ସଂଖ୍ୟା ୧୮୭ ଥିବା କୁହାଯାଇଛି। ଆକ୍ରମଣକାରୀ ମାନେ ଗୁଳିମାଡ଼ ପରେ ଉତ୍ସବ ସ୍ଥଳରେ ନିଆଁ ଲଗେଇ ଦେଇ ଥିଲେ। ଇସଲାମିକ ଷ୍ଟେଟ୍‌ ଆତଙ୍କବାଦୀ ଗ୍ରୁପ୍‌ ଆଇଏସଆଇଏସ-କେ (ଆଇଏସଆଇଏଲ) ଏହି ହମଲାର ଦାୟିତ୍ୱ ନେଇଛି। ଅନ୍ୟପଟେ, ରୁଷୀୟ ଯାଞ୍ଚ ଏଜେନ୍ସି ମାନେ ଉକ୍ତ ମାମଲାରେ ତତ୍ପରତା ଦେଖାଇ ୧୧ ଜଣ ଲୋକଙ୍କୁ ଗିରଫ କରିଛି। ରୁଷୀୟ ସଂଘୀୟ ସୁରକ୍ଷା ସେବାର ପ୍ରମୁଖ ନିଜେ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଶନିବାର ଏହି ସୂଚନା ଦେଇଛନ୍ତି। ରୁଷ୍‌ର ସରକାରୀ ନ୍ୟୁଜ୍‌ ତାସ୍‌ର ଅନୁସାରେ, ଏହି ଅପଡେଟ୍‌ ସାମନାକୁ ଆସିଛି। 

ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦି

ମସ୍କୋର ମେୟର ସର୍ଗେଇ ସୋଭୟାନିନ ହମଲାକୁ ଖୁବ୍‌ ବଡ଼ ଦୁଃଖଦ ଘଟଣା କହିଛନ୍ତି। ରୁଷ୍‌ର ରାଷ୍ଟ୍ରପତିଙ୍କ ଅଫିସିଆଲି ନିବାସ କ୍ରେମଲିନ୍‌ କହିଛି କି, ଆକ୍ରମଣକାରୀମାନେ କ୍ରୋକସ ସିଟ୍‌ ହଲ୍‌ରେ ହମଲା କରିବାର କିଛି ମିନିଟ୍‌ ପରେ ପୁଟିନଙ୍କୁ ଏହି ବିଷୟରେ ସୂଚିତ କରିଦିଆ ଯାଇଥିଲା। ଏହି ହଲ୍‌ ମସ୍କୋର ପଶ୍ଚିମୀ ଭାଗ ସ୍ଥିତ ଏକ ବଡ଼ ସଙ୍ଗୀତ ସ୍ଥଳୀ, ଯେଉଁଥିରେ ୬,୨୦୦ଲୋକ ବସି ପାରିବେ। ଏହି ଆଟାକ୍‌ ସେତେବେଳେ ହୋଇଛି ,ଯେବେ କ୍ରୋକସ ସିଟି ହଲ୍‌ରେ ପ୍ରସିଦ୍ଧ ରୁଷୀୟ ରକ୍‌ ବ୍ୟାଣ୍ଡ ପିକିନିକର ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଲୋକଙ୍କ ଭିଡ଼ ଥିଲା। ରିପୋର୍ଟରେ କୁହାଯାଇଛି କି , ଆକ୍ରମଣକାରୀଙ୍କ ପକ୍ଷରୁ ବିସ୍ଫୋରକ ଫିଙ୍ଗିବା ପରେ ନିଆଁ ଲାଗି ଯାଇଥିଲା, ଯେଉଁଥିରେ ଅନେକ ଲୋକ ଫସି ଯାଇ ଥିଲେ। 

ଉଲ୍ଲେଖନୀୟ ଯେ, କ୍ରୋକସ ସିଟିରେ ଶୁକ୍ରବାର ହୋଇଥିବା ଆତଙ୍କୀ ହମଲା ପରେ ରୁଷୀୟ ସଂସ୍କୃତି ମନ୍ତ୍ରଣାଳୟ ଶନିବାର ବଡ଼ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରଣାଳୟ ଆଗାମୀ ଦିନରେ ସଂଘୀୟ ସାଂସ୍କୃତିକ ସଂସ୍ଥାନରେ ସବୁ ସାମୂହିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ରଦ୍ଦ କରିବାର ଘୋଷଣା କରିଛି। ମନ୍ତ୍ରଣାଳୟର ପ୍ରେସ୍‌ ସେବା ଶନିବାର ଏହି ସୂଚନା ଦେଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.