ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୨ ବର୍ଷ ପରେ ହଲିଉଡରେ ପାଦ ଦେବେ ତବୁ, 'ଡ୍ୟୁନ'ରେ କରିବେ ଅଭିନୟ

ମୁମ୍ବାଇ,୧୪/୫: ବଲିଉଡ ଇଣ୍ଡଷ୍ଟ୍ରିରେ ଜଣାଶୁଣା ଅଭିନେତ୍ରୀ ମଧ୍ୟରୁ ଅନ୍ୟତମ ତବୁ । ସେ ତାଙ୍କ ଦମଦାର ଅଭିନୟରେ ଫ୍ୟାନ୍ସଙ୍କ ମନ ଜିଣିଛନ୍ତି । ତେବେ ନିକଟରେ କରୀନା କପୁର ଓ କୃତିଙ୍କ ସହିତ ତବୁଙ୍କ ଫିଲ୍ମ କ୍ରୁ ବେଶ ହିଟ ହୋଇଥିଲା । ବର୍ତ୍ତମାନ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ତବୁ ପୁଣିଥରେ ଏକ ହଲିଉଡ ପ୍ରୋଜେକ୍ଟ କରିବାକୁ ଯାଉଛନ୍ତି।  

ଓସ୍କାର ବିଜେତା ଫିଲ୍ମ ଫ୍ରାଞ୍ଚାଇଜ 'ଡ୍ୟୁନ'ର ପ୍ରିକ୍ବିଲ ହେବାକୁ ଯାଉଛି। ଯାହାର କାହାଣୀ ଫିଲ୍ମରେ ଦେଖାଯାଇଥିବା ଇଭେଣ୍ଟ ପୂର୍ବର ହେବ । ଏହି କାହାଣୀ ଏକ ଓ୍ବେବ ସିରିଜରେ ଦେଖିବାକୁ ମିଳିବ। ଯେଉଁଥିରେ ତବୁ ଅଭିନୟ କରିଛନ୍ତି। ଏହା ପୂର୍ବରୁ ତବୁ ହଲିଉଡରେ ୨ଟି ପ୍ରୋଜେକ୍ଟ ' ନେମସେକ'ଓ 'ଇଫ ଅଫ ପାଇ'ରେ କାମ କରିଛନ୍ତି। 

ଏକ ରିପୋର୍ଟ ଅନୁଯାୟୀ, ତବୁଙ୍କୁ ଷ୍ଟ୍ରିମିଂ ପ୍ଲାଟଫର୍ମ ମାକ୍ସ ପାଇଁ ପ୍ରସ୍ତୁତ ହେଉଥିବା 'ଡ୍ୟୁନ'ର ପ୍ରିକ୍ବିଲ ସିରିଜ 'ଡ୍ୟୁନ:ଦ ପ୍ରୋଫେସି' ପରେ କାଷ୍ଟ କରାଯାଇଛି। ଏଥିରେ ସେ ସିଷ୍ଟର ଫ୍ରାଚେସ୍କା ର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ।  ତାଙ୍କୁ ଶକ୍ତିଶାଳୀ ,ବୁଦ୍ଧିମାନ ଓ ଆକର୍ଷକ ସିଷ୍ଟର ଫ୍ରେଚେସ୍କା ଭାବରେ ଫିଲ୍ମରେ ଦେଖିବାକୁ ମିଳିବ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.