ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଚୀନ୍‌ର ସାମ୍ନା କରିବାକୁ ତାଇୱାନ ପ୍ରସ୍ତୁତି , ମୁତୟନ କଲା ସୁପରସୋନିକ୍‌ ମିସାଇଲ...ଆଲର୍ଟରେ ଆମେରିକୀୟ କମାଣ୍ଡୋ

ନୂଆଦିଲ୍ଲୀ : ତାଇୱାନକୁ ଚାରିପଟୁ ଘେରାବନ୍ଦୀ କରିଛି ଚୀନ୍‌। ଡ୍ରାଗନର ଏହି ସେନା ଡ୍ରିଲ୍‌ରେ ତାଇୱାନରେ ଥିବା ଆମେରିକୀୟ ସ୍ପେଶାଲ ଫୋର୍ସେସ୍‌ ହାଇ ଆଲର୍ଟରେ। କେବଳ ଏତିକି ନୁହେଁ ତାଇୱାନ ମଧ୍ୟ ସୁରକ୍ଷା ପାଇଁ ସମୁଦ୍ରତଟ ନିକଟରେ ନିଜର ସୁପରସୋନିକ୍‌ ଆଣ୍ଟି-ଶିପ୍‌ ମିସାଇଲ ଏଚଏଫ୍‌-୩କୁ ମୁତୟନ କରି ଦେଇଛି। ଏହା ଆଶଙ୍କା କରାଯାଉଛି କି, ଜୁନ୍‌ର ଆରମ୍ଭରେ ଚୀନ୍‌ ତାଇୱାନରେ ଅନୁପ୍ରବେଶ କରି ପାରେ।

ଏହି ସମୟରେ ଚୀନ୍‌ର ୪୨ରୁ ଅଧିକ ମିଲିଟାରୀ ଏୟାରକ୍ରାଫ୍ଟ ତାଇୱାନ ଆଖପାଖରେ ଉଡ଼ାଣ ଭରୁଛନ୍ତି। ଏଥିରୁ ପାଖାପାଖି ୨୮ଟି ମିଡିୟନ ଲାଇନ୍‌କୁ ଅତିକ୍ରମ ବି କରିଛନ୍ତି। ତାଇୱାନ ଚାରିପଟେ ଚୀନ୍‌ ୧୫ଟି ଯୁଦ୍ଧ ଜାହାଜ , ୧୬ଟି କୋଷ୍ଟ ଗାର୍ଡ ସିପ୍‌ ମୁତୟନ କରିଛି। ଏପଟେ ତାଇୱାନ ମଧ୍ୟ ନିଜର କୋଷ୍ଟ ଗାର୍ଡକୁ ସମୁଦ୍ରରେ ଚୀନ୍‌କୁ କଡ଼ା ଜବାବ ଦେବା ପାଇଁ ପ୍ରସ୍ତୁତ କରି ଦେଇଛି।

ଏହା ବ୍ୟତୀତ ତାଇୱାନର ସେନା Hsiung Feng III ଆଣ୍ଟି ମିସାଇଲକୁ ସମୁଦ୍ରକୂଳ ପାଖରେ ମୁତୟନ କରି ଦେଇଛି। ଏହା ସ୍ୱତନ୍ତ୍ର ପ୍ରକାରର ଏୟାର ଡିଫେନ୍ସ ସିଷ୍ଟମ, ଯାହା ଶତ୍ରୁର ଜାହାଜ , ମିସାଇଲ,ଫାଇଟର ଜେଟ୍ସ, ହେଲିକପ୍ଟରକୁ ଆକାଶରେ ହିଁ ଆକ୍ରମଣ କରି ଖସାଇ ପାରିବ। ଏହି ମିସାଇଲର ପୁରୁଣା ଭର୍ସନକୁ ମଧ୍ୟ ମୁତୟନ କରାଯାଇଛି।  

ଏହି ମଧ୍ୟରେ ଚୀନ୍‌ର ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ୱାଙ୍ଗ ୱେନବିନ କହିଛନ୍ତି , ତାଇୱାନଙ୍କର ଇଣ୍ଡିପେଣ୍ଡେନ୍ସ ଫୋର୍ସେସ୍‌ର ମୁଣ୍ଡ ଫଟାଇ ଦିଆଯିବ। ରକ୍ତର ଧାର ବହିବ । ଚୀନ୍‌ ଏହି ଯୁଦ୍ଧାଭ୍ୟାସରେ ଜେ-୧୬ ଓ ଜେ-୨୦ ଫାଇଟର ଜେଟ୍ସକୁ ମୁତୟନ କରିଛି। ଏହା ବ୍ୟତୀତ ଟାଇପ୍‌ ୦୫୨ ଡି ଡେଷ୍ଟ୍ରାୟର୍ସ ଓ ଟାଇପ୍‌ ୦୭୧ ଲାର୍ଜ ଏମ୍ଫିବିୟସ୍‌ ୱାରଫେୟାର ଶିପ୍‌ ମୁତୟନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.