ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ନତାଶାଙ୍କ ସୋସିଆଲ ମିଡିଆ ପୋଷ୍ଟ୍‌, ବିବାହ ବିଚ୍ଛେଦ ଚର୍ଚ୍ଚାକୁ ଦେଉଛି ଖୋରାକ

ମୁମ୍ବାଇ ୦୯/୦୭: ଆଜିକାଲି ବ୍ୟକ୍ତିଗତ ଜୀବନକୁ ନେଇ ଖବରରେ ରହିଛନ୍ତି ଅଭିନେତ୍ରୀ ତଥା ମଡେଲ ନତାଶା ଷ୍ଟାନ୍‌କୋଭିକ୍ସ । କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ତାଙ୍କ ବୈବାହିକ ଜୀବନ ଠିକ୍‌ରେ ବିତୁନାହିଁ ବୋଲି ବେଶ କିଛି ଦିନ ହେଲା ଚର୍ଚ୍ଚା ହେଉଛି । ନିକଟରେ ଟି-୨୦ ବିଶ୍ୱକପ୍‌ ଜିତିବା ପରେ ନତାଶା ଭାରତୀୟ କ୍ରିକେଟ୍‌ ଟିମ୍‌ କିମ୍ବା ହାର୍ଦ୍ଦିକଙ୍କୁ ଅଭିନନ୍ଦନ ଜଣାଇ କୌଣସି ପୋଷ୍ଟ୍‌ ଶେୟାର କରିନଥିଲେ । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ନତାଶା-ହାର୍ଦ୍ଦିକଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ଏବଂ ଦୁହେଁ ଖୁବ୍‌ଶୀଘ୍ର ଛାଡ଼ପତ୍ର ନେବେ । କିନ୍ତୁ ଦୁହେଁ ଅଦ୍ୟାବଧି ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଏଭଳି ଚର୍ଚ୍ଚା ମଧ୍ୟରେ ନତାଶା ନିୟମିତ ପୋଷ୍ଟ୍‌ ଶେୟାର କରି ଫ୍ୟାନ୍‌ଙ୍କୁ ଦ୍ୱନ୍ଦ୍ୱରେ ପକାଉଛନ୍ତି । ଗତ ରବିବାର ନତାଶା ଏକ ପୋଷ୍ଟ୍‌ ଶେୟାର କରିଛନ୍ତି । ସେଥିରେ ଲେଖିଛନ୍ତି ‘ମୋ ତରଫରୁ ତୁମ ପାଇଁ କେବଳ ଏକ ରିମାଇଣ୍ଡର୍‌, ମନେରଖିବ ଯେ ଈଶ୍ୱର ରେଡ୍‌ ଲାଲ୍‌ ସମୁଦ୍ରକୁ ହଟାଇ ନାହାନ୍ତି, ବରଂ ତାକୁ ଅଲଗା କରିଦେଇଛନ୍ତି । ଏହାର ଅର୍ଥ, ସେ ତୁମ ଜୀବନରୁ କୌଣସି ସମସ୍ୟା ଦୂର କରନ୍ତି ନାହଁ । କିନ୍ତୁ ସେଥିରୁ ବାହାରିବାର ମାର୍ଗ ନିଶ୍ଚୟ ନିର୍ମାଣ କରନ୍ତି ।’ 

ଏହା ପୂର୍ବରୁ ନତାଶା ଏକ ପୋଷ୍ଟ୍‌ରେ ଲେଖିଥିଲେ ‘ଈଶ୍ୱର! ମୁଁ ଯେବେ ଚିନ୍ତାରେ ଥିବି, ମୋତେ ଭଲରେ ରଖିବ, ଯେବେ ନ ଥିବି ମୋତେ ସୁରକ୍ଷା ଦେବ ।’ ଏହା ପୂର୍ବରୁ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଏକ ଭିଡିଓ ଶେୟାର କରି ମୁସ୍କିଲ ସମୟରେ ଈଶ୍ୱରଙ୍କ ଉପରେ ଭରସା କରିବା କଥା କହିଥିଲେ । ତାଙ୍କର ସମସ୍ତ ପୋଷ୍ଟ୍‌କୁ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଯୋଡ଼ାଯାଉଛି ।

 

 

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.