ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ତାପଙ୍ଗ ପଥର ଖଣିରେ ବୁଡ଼ି ନିଖୋଜ ଛାତ୍ର, ଚାଲିଛି ରେସକ୍ୟୁ ଅପରସେନ୍

ଖୋର୍ଦ୍ଧା,୦୯/୦୭: ସଦର ଥାନା ଅନ୍ତର୍ଗତ ନିଜିଗଡ଼ ତାପଙ୍ଗ ବଡ଼ସାଉଳି  ପଥର ଖଣି ଖାତରେ ବୁଡ଼ିଯାଇ ଜଣେ ଛାତ୍ର ନିଖୋଜ ହୋଇଛନ୍ତି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ନିଖୋଜ ଛାତ୍ର ହେଲେ ଓମ୍‌ପ୍ରକାଶ ରଥ(୨୧) । ତାଙ୍କ ସହପାଠୀ ସୂରଜ କୁମାର ସାମଲଙ୍କୁ ଗୁରୁତର  ଅବସ୍ଥାରେ ଉଦ୍ଧାର କରାଯାଇଛି । ଅନ୍ୟପଟେ ନିଖୋଜ ଛାତ୍ରଙ୍କୁ  ଖୋଜିବା ପାଇଁ ରେସ୍କ୍ୟୁ କାର୍ଯ୍ୟ ଜାରି ରହିଛି। ଅଗ୍ନିଶମ ବାହିନୀ ଲାଇଭ ବୋଟ୍‌ରେ ସର୍ଚ୍ଚ ଜାରି ରଖିଛି।‌

କଟକ ପାହାଳସ୍ଥିତ ଏକ ଫିଜିଓଥେରାପି କଲେଜର ପ୍ରଥମ ବର୍ଷ ଛାତ୍ର ଓମ୍‌ପ୍ରକାଶ, ସୂରଜ ଏବଂ ତାଙ୍କର ଆଉ ଦୁଇ ଜଣ ସହପାଠୀ ଏକ କାର୍‌ ଯୋଗେ ନିଜିଗଡ଼ ତାପଙ୍ଗ ବଡ଼ସାଉଳି  ପଥର ଖଣି ବୁଲିବାକୁ ଆସିଥିଲେ । ଦୁଇ ସହପାଠୀ ପ୍ରାକୃତିକ ପରିବେଶର ମଜା ନେଉଥିବା ବେଳେ ଓମ୍‌ପ୍ରକାଶ  ପଥର ଖଣି ଖାତ ନିକଟରେ ସେଲ୍‌ଫି ନେଉଥିଲେ । ତାଙ୍କ ଗୋଡ଼ ଖସିଯିବାରୁ ସେ ଖଣିର ଖାତରେ ଥିବା ଗଭୀର ଜଳକୁ ଖସି ପଡ଼ିଥିଲେ । ଏହା ଦେଖି  ନିକଟରେ ଥିବା ସୂରଜ ତାଙ୍କ ଜୀବନ ବଞ୍ଚାଇବାକୁ ପାଣିକୁ ଡେଇଁ ପଡ଼ିଥିଲେ । ଖବର ପାଇ ସଦର ପୁଲିସ, ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍‌  ଟିମ୍‌ ଘଟଣାସ୍ଥଳରେ ଦିନ ଗୋଟାଏରେ ପହଞ୍ଚିଥିଲେ । ବହୁ ଖୋଜାଖୋଜି କରିବା ପରେ ସୂରଜଙ୍କୁ ଉଦ୍ଧାର କରିଥିଲେ । ମାତ୍ର ସନ୍ଧ୍ୟା ପ୍ରାୟ ୭ଟା ପର୍ଯ୍ୟନ୍ତ ଓମ୍‌ପ୍ରକାଶଙ୍କୁ ଖୋଜି ପାଇ ନଥିଲେ । ସ୍ଥାନୀୟ ବିଡିଏ କଲୋନିରେ  ରହୁଥିବା ପ୍ରାଣନାଥ କଲେଜର ଜଣେ  କର୍ମଚାରୀଙ୍କ ପୁଅ ହେଲେ ଓମ୍‌ପ୍ରକାଶ  ।

ସୂଚନାଯୋଗ୍ୟ, ସଦର ଥାନା ଅନ୍ତର୍ଗତ ନିଜଗଡ଼ ତାପଙ୍ଗ ଅଞ୍ଚଳରେ ଅନେକ ବେଆଇନ ଖଣି ଖାଦାନ ରହିଛି । ଏଠାରୁ ମାଫିଆମାନେ ନିୟମିତ ଟନ୍‌ ଟନ୍‌ ଗ୍ରାନାଇଟ୍‌ ପଥର ଉତ୍ତୋଳନ କରି ନିଅନ୍ତି । କିନ୍ତୁ ସୈରାତଗୁଡ଼ିକ  ବାଲି କିମ୍ବା ମାଟିରେ ନଭରିବା ଫଳରେ ସେଗୁଡ଼ିକ ପ୍ରାକୃତିକ ଜଳଭଣ୍ଡାରରେ ପରିଣତ ହୋଇଛି । ବଡ଼ସାଉଳି ସୈରାତ ଦୃଶ୍ୟ ୨୦୨୦ରେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା । ଏହାକୁ ଓଡ଼ିଶାର  ଲଦାଖ ବୋଲି ଲୋକମାନେ କହିବା ଦ୍ୱାରା ଏଠାକାର ଅପୂର୍ବ ଦୃଶ୍ୟ ଦେଖିବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାକୁ ଲାଗିଥିଲା । ତେଣୁ  ସେବର୍ଷ  ଅଘଟଣ ଆଶଙ୍କାରେ ଜିଲ୍ଳା ପ୍ରଶାସନ ପର୍ଯ୍ୟଟକଙ୍କ ଆସିବାକୁ ବାରଣ କରିଥିଲେ । କଟକଣା ସତ୍ତେ୍ୱ ଗତବର୍ଷ ଅକ୍ଟୋବର ମାସରେ କଟକ ସିଡିଏ ଅଞ୍ଚଳର ୬ ଜଣ କଲେଜ ଛାତ୍ରଛାତ୍ରୀ ଏଠାକୁ ବୁଲିବାକୁ ଆସି ସେଲ୍‌ଫି ନେବା ସମୟରେ ଆଶୁତୋଷ ବେହେରା(୨୧) ନାମକ ଛାତ୍ରଙ୍କ ଜୀବନ ଚାଲିଯାଇଥିଲା । ୧୦ ମାସ ବ୍ୟବଧାନରେ ସୋମବାର ପୁଣି ଏହି ଅଭାବନୀୟ ଘଟଣା  ଜିଲ୍ଳା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ କାହ୍ନୁଚରଣ ସ୍ୱାଇଁ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.