ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଯୁବକଙ୍କ ଶରୀରରେ ୬୩୧ ସହିଦ ସୈନ୍ୟଙ୍କ ନାଁର ଟାଟୁ, ‘ଜୀବିତ ସ୍ମାରକ’ର ମିଳିଲା ଟାଇଟଲ

ନୂଆଦିଲ୍ଲୀ,୧୪/୮:  ଉତ୍ତରପ୍ରଦେଶର ହାପୁର ବାସିନ୍ଦା ଜଣେ ଯୁବକ ଦେଶ ପାଇଁ ପ୍ରାଣବଳି ଦେଇଥିବା ୬୩୧ ଜଣ ସୈନ୍ୟଙ୍କ ନାଁ ନିଜ ଶରୀରରେ ଟାଟୁ କରିଛନ୍ତି । ମହାତ୍ମା ଗାନ୍ଧି, ରାଣୀ ଲକ୍ଷ୍ମୀବାଈ ଓ ଭଗତ ସିଂହଙ୍କ ଚିତ୍ର ମଧ୍ୟ ସେ ଶରୀରରେ ଟାଟୁ କରିଛନ୍ତି । ଏହି ଅନନ୍ୟ କାର୍ଯ୍ୟ ଲାଗି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ଅଭିଷେକ ଗୌତମ । ସେତିକି ନୁହେଁ, ‘ଜୀବିତ ସ୍ମାରକ’ର ଟାଇଟଲ ମଧ୍ୟ ସେ ହାସଲ କରିଛନ୍ତି । 

ତେବେ ୩୧ ବର୍ଷୀୟ ଅଭିଷେକ କହିଛନ୍ତି, ନିଜର କିଛି ସାଙ୍ଗଙ୍କ ସହିତ ସେ ଲେହ-ଲଦାଖ ଗସ୍ତରେ ଯାଇଥିଲେ । ସେଠାରେ କାରଗିଲ ଯୁଦ୍ଧରେ ପ୍ରାଣବଳି ଦେଇଥିବା ସୈନ୍ୟଙ୍କ ଦୁଃସାହସିକ କାହାଣୀ ତାଙ୍କୁ ପ୍ରେରିତ କଲା । ଭ୍ରମଣ ସମୟରେ ଏକ ଘଟଣାରେ ଭାରତୀୟ ଆର୍ମି ଅଭିଷେକଙ୍କର ଜଣେ ସାଙ୍ଗଙ୍କ ଜୀବନ ବଞ୍ଚାଇଲେ । ଭାରତୀୟ ଆର୍ମି ପାଇଁ ଯାତ୍ରା ସମୟରେ ସେମାନେ ନିଜକୁ ସୁରକ୍ଷିତ ମଧ୍ୟ ମଣିଲେ । ସେବେଠାରୁ ଭାରତୀୟ ସୈନ୍ୟଙ୍କୁ ସମ୍ମାନ ଜଣାଇବାର ଉପଯୁକ୍ତ ମାର୍ଗ ସେ ଖୋଜୁଥିଲେ । ତା’ପରେ ଶରୀରରେ ଟାଟୁ କରିବାର ବିଚାର ତାଙ୍କ ମନକୁ ଆସିଲା । ଏହା ପରେ ଅଭିଷେକ କାରଗିଲ ସୈନ୍ୟଙ୍କର ନାଁ ଖୋଜିବାରେ ଏବଂ ସେମାନଙ୍କ ପରିବାରକୁ ଭେଟିବାରେ ପୂରା ଗୋଟିଏ ବର୍ଷ ବିତାଇଦେଲେ । ତା’ପରେ ସେ ଦିଲ୍ଲୀରେ ଜଣେ ଟାଟୁ କଳାକାରଙ୍କୁ ଭେଟିଲେ । ଏ ନେଇ ବିପଦ ରହିଥିବା ଡାକ୍ତରମାନେ ଚେତାଇବା ସେତ୍ତେ୍ୱ ଅଭିଷେକ ନିଜ ନିଷ୍ପତ୍ତିରେ ଅଟଳ ରହିଲେ ଏବଂ ସୈନ୍ୟଙ୍କ ନାଁ ଶରୀରରେ ଟାଟୁ କରାଇଲେ ।

କାରଗିଲରେ ମୁତୟନ ଥିବା ସମୟରେ ପ୍ରାଣ ହରାଇଥିବା ୫୫୯ ଜଣ ସୈନ୍ୟଙ୍କ ନାଁ ସେ ପ୍ରଥମେ ଶରୀରରେ ଟାଟୁ କଲେ । ଏକ ସ୍ମାରକ ସ୍ତମ୍ଭ ମଧ୍ୟ ଟାଟୁ କରାଇଲେ । ଏନେଇ ଅଭିଷେକ କହିଛନ୍ତି ‘ଲୋକେ ଏବେ କେବଳ ଅଗଷ୍ଟ ୧୫ ଓ ଜାନୁଆରୀ ୨୬ କିମ୍ବା ଭାରତ-ପାକ୍‌ କ୍ରିକେଟ୍‌ ମ୍ୟାଚ୍‌ରେ ଦେଶପ୍ରେମ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ମୋ ଉଦ୍ଦେଶ୍ୟ ଭିନ୍ନ । ମୁଁ ଭାରତୀୟ ଆର୍ମିରେ ଯୋଗ ଦେଇପାରିଲି ନାହିଁ । କିନ୍ତୁ ନିଜ ଦେଶପ୍ରେମକୁ ସବୁଦିନ ମନେ ପକାଇବାକୁ ଚାହୁଁଥିଲି । ଏହି ଟାଟୁ ସେହି ଉଦ୍ଦେଶ୍ୟକୁ ପୂରଣ କରିଛି ।’

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.