ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଗଞ୍ଜାମରେ ରାତି ୮ ପରେ ଚା, ମଦ ଦୋକାନ, ଢାବା ବନ୍ଦ; ୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା

ଛତ୍ରପୁର/ ଗଞ୍ଜାମ/ ବିଡିପୁର,୨୭/୦୫: ଗଞ୍ଜାମ  ଏସ୍‌ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା  ୭ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ପୁଲିସ ଜିଲ୍ଲାର ସମସ୍ତ  ଥାନା ଅଞ୍ଚଳରେ ରାତ୍ର କଟକଣା ଜାରି କରାଯାଇଛି ।  ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ରାତି  ୮ଟା ପରେ ଚାହା ଦୋକାନ, ଢାବା ଆଦି ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ଛତ୍ରପୁର ଥାନା ଆଇଆଇସି ନିରୋଦ କୁମାର ଦାସ ।  ଏହି ଦୁଇ ପ୍ରକାର ଦୋକାନରେ ସାଧାରଣତଃ ଅଧିକ ଭିଡ ରହୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।  ଥାନା ଅଞ୍ଚଳମାନଙ୍କରେ ଫ୍ଲାଗ୍‌ମାର୍ଚ୍ଚ କରାଯାଉଛି । ଅପରପକ୍ଷରେ ଗଞ୍ଜାମ ଥାନା ପୁଲିସ ଗଞ୍ଜାମ ସହର  ଏବଂ ଆଖପାଖ ଅଞ୍ଚଳର ସମସ୍ତ ଦୋକାନ ବଜାରକୁ  ରାତି ୮ଟା ପରେ ବନ୍ଦ କରିବାକୁ ବାଧ୍ୟ କରୁଥିବା  ଅଭିଯୋଗ ହୋଇଛି । ଏହାକୁ ନେଇ ସାଧାରଣରେ  ପ୍ରତିକ୍ରିୟା ପ୍ରକାଶ ପାଇଛି । 

ନିର୍ବାଚନ ଫଳ ଘୋଷଣା ପରିପ୍ରେକ୍ଷୀରେ ହିଂସା ବୃଦ୍ଧି  ଆଶଙ୍କା କରାଯାଉଥିବାରୁ ଏହାକୁ ରୋକିବା ଉଦ୍ଦେଶ୍ୟରେ  ଗଞ୍ଜାମ ଥାନା ଅଞ୍ଚଳରେ ରାତି ୮ଟା ପରେ ଦୋକାନ  ବଜାର, ଢାବା, ମଦ ଦୋକାନ ଆଦି ବନ୍ଦ ରଖିବାକୁ  ନିର୍ଦ୍ଦେଶ ଦେଇଛି ପୁଲିସ । ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ରଙ୍କ ତତ୍ତ୍ୱାବଧାନରେ ରବିବାର ପୂର୍ବାହ୍ଣରେ  ଏସ୍‌ଆଇ ହୃଷିକେଶ ମିଶ୍ର ଓ ଅନିରୁଦ୍ଧ ସ୍ୱାଇଁ, ଏଏସ୍‌ଆଇ  ସୁପ୍ରଭା ସାହୁ ଓ ଜି. ଅନନ୍ତ ରାଓ, ହାବିଲଦାର ସିଏଚ୍‌  ବିଶୁ ପାତ୍ରଙ୍କ ସମେତ ଥାନାର ସମସ୍ତ କର୍ମଚାରୀ,  ଏକ ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମିଳିତ ଭାବେ ଫ୍ଲାଗ୍‌ମାର୍ଚ୍ଚ କରିଛନ୍ତି । ଗଞ୍ଜାମ ସହର, କାଇଁଚପୁର  ପଞ୍ଚାୟତ, ଅଗସ୍ତିନୂଆଗାଁ, ତେଲୁଗୁ ନୂଆଗାଁ, ପାଳିବନ୍ଦ  ପଞ୍ଚାୟତ ଓ ଲକ୍ଷ୍ମୀପୁରରେ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି ।  

ସେହିପରି ଜଗନ୍ନାଥପ୍ରସାଦ ଥାନା ପୁଲିସ ବିଡିପୁର  ସମେତ ବିଭିନ୍ନ ଗ୍ରାମରେ ଫ୍ଲାଗ୍‌ମାର୍ଚ୍ଚ କରିଛି । ଥାନାଧିକାରୀ  ଅରୁଣ କୁମାର ସିଂଙ୍କ ତତ୍ତ୍ୱାବଧାନରେ ଥାନାରୁ ପୁଲିସ  ବାହିନୀ ବାହାରି ବିଡିପୁର, ଛାମୁଣ୍ଡା, କୁମୁଣ୍ଡା, ଆଲାଡ଼ି,  ପଟ୍ଟଧାରା, କାଦପଡା ଆଦି ଗ୍ରାମରେ ଫ୍ଲାଗ୍‌ମାର୍ଚ୍ଚ କରିଥିଲେ । ହିଂସା ଏବଂ ବିଶୃଙ୍ଖଳା ଠାରୁ ଦୂରେଇ  ରହିବା ସହିତ କୌଣସି ପରିସ୍ଥିତିରେ ମଧ୍ୟ ଆଇନକୁ  ହାତକୁ ନନେବା ଓ ପୁଲିସକୁ ସହଯୋଗ କରିବା ପାଇଁ  ଡାକବାଜି ଯନ୍ତ୍ରରେ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା ।  ସେହିପରି ଗଞ୍ଜାମ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଚାହା ଦାକାନ, ଫାଷ୍ଟ୍‌ ଫୁଡ୍‌ ଦୋକାନ ଏବଂ ଢାବାଗୁଡ଼ିକୁ  ରାତି ଆଠଟା ସୁଦ୍ଧା ବନ୍ଦ କରିବା ପାଇଁ ଦୋକାନ  ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.