ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବନ୍ଧା ହେଲେ ତେଲୁଗୁ ଅଭିନେତ୍ରୀ ହେମା, ଡ୍ରଗ୍ସ ମାମଲାରେ ଗିରଫ କଲା କର୍ଣ୍ଣାଟକ ପୁଲିସ

ନୂଆଦିଲ୍ଲୀ ୦୪/୦୬: ବେଙ୍ଗାଲୁରୁ ରେଭ ପାର୍ଟିରେ ନିଷିଦ୍ଧ ଡ୍ରଗ୍ସ ସେବନ କରିବା ଅଭିଯୋଗରେ କର୍ଣ୍ଣାଟକ ପୁଲିସ ତେଲୁଗୁ ଅଭିନେତ୍ରୀ ହେମାଙ୍କୁ ଗିରଫ କରିଛି । କର୍ଣ୍ଣାଟକ ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି) ହେମାଙ୍କୁ ମେ ୨୭ ଓ ଜୁନ ୧ରେ ଦୁଇଥର ସମନ ଜାରି କରି କାର୍ଯ୍ୟାଳୟରେ ହାଜର ହେବାକୁ କହିଥିଲା । କିନ୍ତୁ ସେ ହାଜର ହୋଇ ନଥିଲେ । ଶେଷରେ ସିସିବି କୋର୍ଟରୁ ଗିରଫ ପରୱାନା ଆଣିଥିଲା । ଗତକାଲି ସେ ସିସିବି କାର୍ଯ୍ୟାଳୟକୁ ଯାଇଥିବା ବେଳେ ତାଙ୍କୁ ଗିରଫ କରାଯାଇଛି । ତେବେ ଚିହ୍ନା ପଡିବା ଭୟରେ ହେମା ମୁହଁରେ ବୁର୍ଖା ପିନ୍ଧିଥିବା ଦେଖିବାକୁ ମିଳିଥିଲା । 

ହେମାଙ୍କୁ ଗିରଫଦାରୀରୁ ରକ୍ଷା କରିବାକୁ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ବହୁ ପ୍ରଭାବଶାଳୀ ବ୍ୟକ୍ତି ଉଦ୍ୟମ କରିଥିଲେ । ଗତ ମେ ୧୯ ତାରିଖରେ ବେଙ୍ଗାଲୁରୁ ଇଲେକ୍ଟ୍ରୋନିକ ସିଟି ନିକଟ ଫାର୍ମ ହାଉସରେ ଜନ୍ମଦିନ ପାର୍ଟିର ଆୟୋଜନ କରାଯାଇଥିଲା । ଜନ୍ମଦିନ ପାର୍ଟି ନାମରେ ସେଠାରେ ନିଷିଦ୍ଧ ଡ୍ରଗ୍ସ ସେବନ କରାଯାଉଥିବା ଖବର ପାଇ ସିସିବିର ଆଣ୍ଟି-ନାର୍କୋଟିମ୍ସ ଟିମ୍‌ ଚଢ଼ାଉ କରି ୧୦୩ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ୭୩ ପୁରୁଷ ଓ ୩୦ ଜଣ ମହିଳା ଥିଲେ । ହେମା ଓ ଅନ୍ୟତମ ଅଭିନେତ୍ରୀ ଆଶା ରାୟ ବି ସାମିଲ ଥିଲେ । ସେଠାରୁ ପୁଲିସ ୧.୫ କୋଟି ଟଙ୍କାର ନିଷିଦ୍ଧ ଡ୍ରଗ୍ସ ଜବତ କରିଥିଲା । ଗିରଫ ପରେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେଥିରୁ ହେମାଙ୍କ ସମେତ ୮୬ ଜଣ ଡ୍ରଗ୍ସ ସେବନ କରିଥିବାର ପ୍ରମାଣ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.