ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଚସ୍ପତି ପଦ ମାଗିବ ତେଲଗୁ ଦେଶମ୍‌ ପାର୍ଟି

ନୂଆଦିଲ୍ଲୀ ୦୬/୬: ଚନ୍ଦ୍ରବାବୁ ନାଇଡୁଙ୍କର ତେଲଗୁ ଦେଶମ୍‌ ପାର୍ଟି(ଟିଡିପି) ଆନ୍ଧ୍ରପ୍ରଦେଶ ବିଧାନସଭା ଓ ଲୋକସଭା ନିର୍ବାଚନରେ ଆଖିଦୃଶିଆ ପ୍ରଦର୍ଶନ କରିଛି । ବିଜେପି ପରେ ଏନ୍‌ଡିଏର ସହଯୋଗୀ ଦଳ ଭାବେ ଟିଡିପି ହିଁ ସବୁଠୁ ଅଧିକ ୧୬ଟି ଲୋକସଭା ଆସନ ଜିତିଛି । ଏପରିସ୍ଥଳେ ଟିଡିପିର ନଜର ଲୋକସଭା ବାଚସ୍ପତି ପଦ ଉପରେ ରହିଥିବା  କୁହାଯାଉଛି ।

ନାଇଡୁ ମଧ୍ୟ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଦାବି କରିପାରନ୍ତି । ଏହି ପ୍ରସଙ୍ଗରେ  ହିଁ ଟିଡିପି ୨୦୧୮ରେ ଏନ୍‌ଡିଏ ଛାଡିଥିଲା। ସେହିପରି ଦଳ ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ପଦ ମାଗିପାରେ । କେନ୍ଦ୍ର ସରକାରରେ ଅଧିକ ପ୍ରତିନିଧିତ୍ୱ ଚାହିଁପାରେ। ପୂର୍ବରୁ ୨୦୧୪ରେ ବିଜେପି ନେତୃତ୍ୱାଧୀନ  ଏନ୍‌ଡିଏ ସରକାର ସମୟରେ ତାଙ୍କ ଦଳକୁ ଗୋଟିଏ କ୍ୟାବିନେଟ୍‌ ଓ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଥିଲା ।  ଆନ୍ଧ୍ରର ରାଜଧାନୀ ଭାବେ ଅମରାବତୀର ବିକାଶ କରିବା ମଧ୍ୟ ଦଳର ପ୍ରାଥମିକତା ରହିବ । ସେଥିଲାଗି ନାଇଡୁ  କେନ୍ଦ୍ର ନିକଟରୁ ଅଧିକ ଅର୍ଥ ଦାବି କରିବେ । ଦୀର୍ଘ ଦିନ ହେଲା ପଡି଼ରହିଥିବା ପୋଲାଭରମ୍‌ ପ୍ରକଳ୍ପକୁ ଶେଷ  କରିବାକୁ ବି ଦଳ ଆର୍ଥିକ ସହାୟତା ମାଗିବ ବୋଲି ଆକଳନ କରାଯାଉଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.