ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିଲାମ ହେବ ୧୦୬ ବର୍ଷ ତଳର ୧୦ ଟଙ୍କିଆ ନୋଟ୍‌, ୨ ଲକ୍ଷରୁ ଅଧିକ ମିଳିବା ସମ୍ଭାବନା

ନୂଆଦିଲ୍ଲୀ ୨୫/୦୫: ବିଶ୍ୱରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ପୁରୁଣା ତଥା ଦୁର୍ଲଭ ନୋଟ୍‌ ଓ ମୁଦ୍ରା, ପେଣ୍ଟିଂ ଆଦିର ଗୁରୁତ୍ୱକୁ ବୁଝନ୍ତି । ଏଭଳି ସାମଗ୍ରୀଗୁଡ଼ିକର ନିଲାମ କରାଯାଇ ବେଶ ଭଲ ଅର୍ଥ ଜମା ହୁଏ । ବ୍ରିଟେନର ମେଫେୟାର ସ୍ଥିତ ନିଲାମ ଗୃହ ନୁନାନ୍ସରେ ଏଭଳି ପୁରୁଣା ଓ ଦୁର୍ଲଭ ସାମଗ୍ରୀଗୁଡ଼ିକର ନିଲାମ ହୋଇଥାଏ । ଏବେ ଏଠାରେ ୧୦୬ ବର୍ଷ ତଳେ ଛପାଯାଇଥିବା ଦୁଇଟି ୧୦ ଟଙ୍କିଆ ନୋଟ୍‌ର ନିଲାମ ହେବାକୁ ଯାଉଛି । ଏହି ନୋଟ୍‌ର କାହାଣୀ ବେଶ ମଜାଦାର ।

ବ୍ୟାଙ୍କ୍‌ ଅଫ୍‌ ଇଂଲଣ୍ଡ ଏହି ଦୁଇ ନୋଟ୍‌କୁ ଛାପିଥିଲା । ନୋଟ୍‌କୁ ଜାହାଜରେ ଲଦି ଭାରତ ନିଆଯାଉଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଜାହାଜଟି ବୁଡ଼ିଗଲା । ସେଥିରେ ଭର୍ତ୍ତି ଅଧିକାଂଶ ଭାରତୀୟ ନୋଟ୍‌ ନଷ୍ଟ ହୋଇଯାଇଥିଲା । ଅନେକ ନୋଟ୍‌ ଭାସି କୂଳରେ ଲାଗିଥିଲା । ତନ୍ମଧ୍ୟରେ ହସ୍ତାକ୍ଷର-ରହିତ ୫ ଓ ୧୦ ଟଙ୍କିଆ ନୋଟ୍‌ ଏବଂ ହସ୍ତାକ୍ଷରଯୁକ୍ତ ୧ ଟଙ୍କିଆ ନୋଟ୍‌ ସାମିଲ ଥିଲା, ଯାହାକୁ ନିଲାମରେ ସାମିଲ କରାଯାଇଛି ।  ଭାସିଆସିଥିବା ଅଧିକାଂଶ ନୋଟ୍‌କୁ ସଂଗ୍ରହ କରି ଅଧିକାରୀଙ୍କ ଦ୍ୱାରା ନଷ୍ଟ କରାଗଲା ଏବଂ ସେଗୁଡ଼ିକ ପରିବର୍ତ୍ତେ ନୂଆ ଛପାଗଲା । ତନ୍ମଧ୍ୟରୁ ଖୁବ୍‌ କମ୍‌ ନୋଟ୍‌ ଆଜି ବି ସୁରକ୍ଷିତ ଅଛି, ସେଥିରେ ଏହି ଦୁଇଟି ୧୦ ଟଙ୍କିଆ ନୋଟ୍‌ ରହିଛି । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆସନ୍ତା ୨୯ ତାରିଖରେ ଏହି ଦୁଇ ନୋଟ୍‌ର ନିଲାମ ନ୍ୟୁନାନ୍ସ ନିଲାମ ଘରେ ହେବ । ହସ୍ତାକ୍ଷର ନ ଥିବା ଏହି ନୋଟ୍‌ ସୁପର୍‌ କ୍ୱାଲିଟି ଅସଲି କାଗଜରେ ଛପା ହୋଇଥିଲା । ଉଭୟର କ୍ରମିକ ସଂଖ୍ୟା ଏବେ ବି ଅକ୍ଷତ ଅବସ୍ଥାରେ ଅଛି । ଏହି ନୋଟ୍‌ଗୁଡ଼ିକୁ ଜର୍ମାନ ୟୁବୋଟ୍‌ ଏସ୍‌ଏସ୍‌ ଶିରାଲା ଜରିଆରେ ଲଣ୍ଡନରୁ ବମ୍ବେ (ଏବର ମୁମ୍ବାଇ) ପଠାଯାଉଥିଲା । ବମ୍ବେରେ ନୋଟ୍‌ ଛାପିବା ଲାଗି ଜାହାଜରେ ନୋଟ୍‌ର ପୂରା ବ୍ଲକ୍‌ ଓ ମୂଳ କାଗଜ ନିଆଯାଉଥିଲା ।

୧୦ ଟଙ୍କିଆ ଦୁଇଟି ନୋଟ୍‌ର ନିଲାମ ୨.୧ ଲକ୍ଷରୁ ୨.୭ ଲକ୍ଷ ଟଙ୍କାରେ ହୋଇପାରେ ବୋଲି ଅନୁମାନ କରାଯାଉଛି । ଉଭୟ ନୋଟ୍‌କୁ ହସ୍ତାକ୍ଷର-ରହିତ, ଉତ୍ତମ ଗୁଣବତ୍ତାସମ୍ପନ୍ନ ମୂଳ କାଗଜରେ ଛପା ଯାଇଥିବା ଦୁର୍ଲଭ ବସ୍ତୁ ଶ୍ରେଣୀଭୁକ୍ତ କରାଯାଇଛି ।ଏସ୍‌ଏସ୍‌ ଶିରାଲା ସେ ସମୟର ଆଧୁନିକ ଯାତ୍ରୀବାହୀ ଓ ମାଲବାହୀ ଜାହାଜ ଥିଲା । ଇଂଲଣ୍ଡରୁ ଭାରତକୁ ଯାତ୍ରୀ ଓ ମାଲ୍‌ ପରିବହନରେ ଏହା ବ୍ୟବହୃତ ହେଉଥିଲା । ୧୯୧୮, ଜୁନ୍‌ ୨୯ ତାରିଖ ଏହାର ଶେଷ ଯାତ୍ରା ଥିଲା । ଏଥିରେ ଯାତ୍ରୀଙ୍କ ସମେତ ଯୁଦ୍ଧ ସାମଗ୍ରୀ, ହାତୀ ଦାନ୍ତ, ମଦ, ମୁରବ୍ୱା, ଲରି ଯନ୍ତ୍ରାଂଶ, ମଡେଲ ଟି କାର୍‌ ପାଇଁ ସ୍ପେୟାର୍‌ ପାର୍ଟ, ହୀରା ଏବଂ ବ୍ୟାଙ୍କ୍‌ ଅଫ୍‌ ଇଂଲଣ୍ଡରୁ ନୋଟ୍‌ ରୂପେ ମୁଦ୍ରିତ ହେଉଥିବା କାଗଜ ଶିଟ୍‌ ଥିଲା । ଜୁଲାଇ ୨ ତାରିଖରେ ଜାହାଜଟି ବୁଡ଼ିଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.